ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୧୫୧ ଖଣ୍ଡ ଗାଁ ଗୁରୁପ୍ରିୟା ସେତୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିଲା । ନା ପହଞ୍ଚୁଥିଲା ସରକାରୀ ସୁବିଧା ନା ପହଞ୍ଚୁଥିଲା ସ୍ୱାସ୍ଥ୍ୟସେବା । ଏଠି କେବଳ ଚାଲୁଥିଲା ମାଓବାଦୀଙ୍କ ଲାଲ ଆତଙ୍କ । ଜିଲ୍ଲା ଏକ ମାଓ ପ୍ରବଣ ସହ ମ୍ୟାଲେରିଆ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ମାତ ଦେବା ପାଇଁ ସରକାର ଦମନ ଅଭିଯାନ (Role of Daman Abhiyan to eradicate Malaria from Malakangiri) ଆରମ୍ଭ କରିଥିଲେ । ଏହି ଅଭିଯାନ ଜିଲ୍ଲାପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିବାବେଳେ ଜିଲ୍ଲାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏହି ଦମନ ଅଭିଯାନ ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଥିଲା । ଫଳରେ ସଫଳ ହୋଇଥିଲା ‘ଦମନ ଅଭିଯାନ’ ।
ଜିଲ୍ଲାର ସତ୍ୟତାକୁ ନେଇ ବଡ ପରଦାରେ ଆସିଲା ଚଳଚ୍ଚିତ୍ର । ଏକଦା ଜିଲ୍ଲାର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳ କୁହାଯାଉଥିବା ବର୍ତ୍ତମାନର ସ୍ଵାଭିମାନ ଅଞ୍ଚଳରେ କିପରି ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଡାକ୍ତରମାନଙ୍କୁ କଷ୍ଟ କରିବାକୁ ପଡୁଥିଲା, ସେ ସବୁକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ଏକ ମାଓ ପ୍ରବଣ ସହ ମ୍ୟାଲେରିଆ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ମାତ୍ ଦେବା ପାଇଁ ସରକାର ଦମନ ଅଭିଯାନ (Role of Daman Abhiyan to eradicate Malaria from Malakangiri) ଆରମ୍ଭ କରିଥିଲେ । ଏହି ଅଭିଯାନ ଜିଲ୍ଲାପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିବାବେଳେ ଜିଲ୍ଲାର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଏହି ଦମନ ଅଭିଯାନ ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିଥିଲା ।
ତେବେ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ୧୫୧ ଖଣ୍ଡ ଗାଁ ଗୁରୁପ୍ରିୟା ସେତୁ ହେବା ପୂର୍ବରୁ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଥିବା ସହ ବିଛିନ୍ନାଞ୍ଚଳର ଆଖ୍ୟା ପାଇ ଆସୁଥିବା ବେଳେ ଏଠାକୁ ନା ପହଞ୍ଚୁଥିଲା ସରକାରୀ ସୁବିଧା ନା ପହଞ୍ଚୁଥିଲା ସ୍ୱାସ୍ଥ୍ୟସେବା । ଏଠି କେବଳ ଚାଲୁଥିଲା ମାଓବାଦୀଙ୍କ ଦମନ ଲୀଳା । ଆଉ ଏହି ସମୟରେ ବିଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗକୁ ରୋକିବା ପାଇଁ ଦମନ ଅଭିଯାନ ମାଧ୍ୟମରେ କିଛି ଡାକ୍ତର ଡଙ୍ଗାରେ ଆସି ଲୋକଙ୍କୁ ଯୋଗାଇଥିଲେ ସ୍ୱାସ୍ଥ୍ୟ ସେବା ଓ କରିଥିଲେ ସଚେତନ । ସେହି ପ୍ରୟାସ ଯୋଗୁଁ ଜିଲ୍ଲାରେ ଦମନ ଅଭିଯାନ ବହୁ ସଫଳତା ହାସଲ କରିଥିବା ବେଳେ ଏହାକୁ ନେଇ ଫିଲ୍ମ ଦମନ ପରଦାକୁ ଆସିଥିବା ସୂଚନା ରହିଛି । ଆଉ ଏହି ଫିଲ୍ମ ବଡ଼ପରଦାରେ ଦେଖିବାକୁ ହାଉସଫୁଲ୍ ଦର୍ଶକ ।
ବିଚ୍ଛିନାଞ୍ଚଳରେ ବିଭିନ୍ନ ସମୟରେ ବିଭିନ୍ନ ମହାମାରୀ ବ୍ୟାପି ଚିକିତ୍ସା ଅଭାବରୁ ଶହ ଶହ ଲୋକେ ମୃତ୍ୟୁବରଣ କରୁଥିଲେ । ସେଥିରୁ ଅନ୍ୟତମ ରୋଗ ହେଉଛି ମ୍ୟାଲେରିଆ ଜ୍ବର । ମ୍ୟାଲେରିଆ ଜ୍ବରର ଚିକିତ୍ସା ନ ପାଇ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ତେବେ କିଭଳି ଭାବେ ମ୍ୟାଲେରିଆ ଜ୍ବର ସହ ଅନ୍ୟ ରୋଗକୁ ରୋକ ଲଗାଇବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ଚେଷ୍ଟା କରିଥିଲେ । ଦମନ ଅଭିଯାନର ଟିମ ସହିତ କାମ କରିଥିଲା ‘ମ୍ୟାଲେରିଆ ନୋ ମୋର’ ସଂସ୍ଥା । ଏହାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ସୁନୀଲ ଦାଶ କହିଛନ୍ତି, "ଦମନ ଅଭିଯାନ ସହିତ ଆମ ଟିମ ମଧ୍ୟ କାମ କରିଥିଲା । ସମସ୍ତଙ୍କ ପ୍ରଚେଷ୍ଟାରରେ ମ୍ୟାଲେରିଆ ପଜିଟିଭ ଜିଲ୍ଲାରୁ ବହୁତ ହ୍ରାସ ପାଇଛି । ଏହାକୁ ଫିଲ୍ମରେ ମଧ୍ୟ ଦର୍ଶାଯାଇଛି । ଯାହାକୁ ନେଇ ଆମେ ଖୁବ ଗର୍ବ ଅନୁଭବ କରୁଛୁ ।"