ଓଡିଶା

odisha

By

Published : Feb 5, 2023, 10:13 PM IST

ETV Bharat / state

ବିଶ୍ବାସ ନ ହେଲେ ବି ସତ, ରାତି ୧୨ଟାରେ ଆପେ ଆପେ ଚାଲିଲା ବାଇକ୍‌

ରାତି ଠିକ ୧୨ଟା ବେଳକୁ ଆପେ ଆପେ ଷ୍ଟାର୍ଟ ହେଉଛି ମୋଟର ସାଇକେଲ । ଆଉ କିଛି ଦୂର ଯାଇ ଓଲଟି ପଡୁଛି । ଏହି ଘଟଣା କୌଣସି ମନଗଢା କାହାଣୀ ନୁହେଁ, ବରଂ ସତ । ମାଲକାନଗିରି ଚିତ୍ରକୋଣ୍ଡାରେ ଏହି ଦୃଶ୍ୟ ସିସିଟିଭି କ୍ୟାମରାରେ କଏଦ ହୋଇଛି । ଯାହାକୁ ଦେଖି ସମସ୍ତ ଆଶ୍ଚର୍ଯ୍ୟ । ଅଧିକ ପଢନ୍ତୁ

Motorcycle starts itself
Motorcycle starts itself

ବିଶ୍ବାସ ନ ହେଲେ ବି ସତ, ରାତି ୧୨ଟାରେ ଆପେ ଆପେ ଚାଲିଲା ବାଇକ୍‌

ମାଲକାନିଗିରି:ବିଜ୍ଞାନ ଯୁଗରେ ଅଦୃଶ୍ୟ ଶକ୍ତି ଉପରେ ଲୋକେ ସେତେଟା ବିଶ୍ବାସ କରନ୍ତି ନାହିଁ । ହେଲେ ବେଳେ ବେଳେ କ୍ୟାମେରାରେ କଏଦ ହୁଏ ଏପରି କିଛି ଦୃଶ୍ୟ, ଯାହାକୁ ନିଜ ଆଖିରେ ଦେଖିବା ପରେ ମଧ୍ୟ ବିଶ୍ବାସ କରିବା କଷ୍ଟକର ହୋଇପଡ଼େ । ଏଠାରେ ମଧ୍ୟ ସମାନ ଘଟଣା ଘଟିଛି । ଜିଲ୍ଲାର ଚିତ୍ରକୋଣ୍ଡାଠାରେ ରାତି ପ୍ରାୟ ୧୨ଟା ପରେ ମୋଟର ସାଇକେଲ ଆପେ ଆପେ ଚାଲୁଛି । ମୋଟର ସାଇକେଲ ବିନା ଚାଳକରେ ଚାଲିବା ଭଳି ଘଟଣା ରହସ୍ୟମୟ ଭଳି ଲାଗୁଥିଲେ ସତ । ଏହି ଅଦ୍ଭୁତ ଘଟଣାକୁ ନେଇ ଚିତ୍ରକୋଣ୍ଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଚିତ୍ରକୋଣ୍ଡା ସଦରମହକୁମା ସ୍ଥିତ ଦୈନିକ ବଜାର ମାର୍କେଟର ଚିତ୍ରକୋଣ୍ଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି ବ୍ୟବସାୟୀ ସୁରେନ୍ଦ୍ର ଦାସ । ଗତ କିଛି ଦିନ ହେବ ନିଜ ଘର ମରାମତି କରୁଥିବାରୁ ନିଜ ମୋଟର ସାଇକେଲକୁ ୩ ତାରିଖ ରାତି ୮ଟା ସମୟରେ ନିଜ ଘର ଆଗରେ ଥିବା ସୀତାରାମ ଏଣ୍ଟରପ୍ରାଇଜେସ ନାମକ ଏକ ଦୋକାନ ସମ୍ମୁଖରେ ବାଇକଟିର ହ୍ୟାଣ୍ଡେଲ ଲକ କରି ପାର୍କିଂ କରିଥିଲେ । ୪ ତାରିଖ ଭୋର ସକାଳୁ ଉଠି ଦେଖନ୍ତି ଯେ ମୋଟର ସାଇକେଲଟି କିଛି ଦୂରରେ ପଡି ଯାଇଛି ।

ଏହା ବି ପଢନ୍ତୁ- ଚର୍ଚ୍ଚାରେ ଅବସରପ୍ରାପ୍ତ ଶିକ୍ଷକ, ମୃତ୍ୟୁ ପରେ ଶରୀର ଦାନ କରିବାକୁ କଲେ ଘୋଷଣା

ଏହାପରେ ସେ ପୁଅକୁ ଡାକି ମୋଟର ସାଇକେଲକୁ ଉଠାଇବାକୁ କହି ଫୁଲ ତୋଳିବାକୁ ଚାଲି ଯାଇଥିଲେ। ସେହିଦିନ ରାତିରେ ମଧ୍ୟ ନିଜ ମୋଟର ସାଇକେଲକୁ ସେହି ସ୍ଥାନରେ ପାର୍କିଂ କରିଥିଲେ । ସକାଳୁ ଉଠି ଦେଖନ୍ତି ଯେ ପୂର୍ବ ଦିନ ଭଳି ମୋଟର ସାଇକେଲଟି ପାର୍କିଂ କରିଥିବା ଜାଗାରୁ ଅଳ୍ପ ଦୂରରେ ପଡିକି ରହିଛି । ବାରମ୍ବାର ଏଭଳି ହେଉଥିବା ଦେଖି ଘଟଣା ସମ୍ପର୍କରେ ସୀତାରାମ ଏଣ୍ଟରପ୍ରାଇଜେସର ମାଲିକ ସୁନୀଲଙ୍କୁ ଘଟଣା ସମ୍ପର୍କରେ କହିଥିଲେ। କିଏ ଜଣେ ଜାଣି ଶୁଣି ଏଭଳି ବଦମାସି କାମ କରୁଛି ବୋଲି ଭାବି ଦୋକାନରେ ଲାଗିଥିବା ସିସିଟିଭି ଦେଖିଥିଲେ । ସିସିଟିଭିରେ ଘଟଣା ସମୟର ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ହ୍ୟାଣ୍ଡେଲ ଲକ ଥିବା ସତ୍ତ୍ବେ ବିନା ଚାଳକରେ ମୋଟରସାଇକେଲଟି ଷ୍ଟାର୍ଟ ହୋଇ କିଛି ଦୂର ଆଗକୁ ଯିବା ସହ ଓଲଟି ପଡୁଥିଲା । ପୂର୍ବ ଦିନ ଭଳି ଦ୍ଵିତୀୟ ଦିନ ମଧ୍ୟ ମୋଟରସାଇକେଲଟି ସେଭଳି ଆଗକୁ ଯାଇ ଓଲଟି ପଡ଼ିଥିଲା। ବିଜ୍ଞାନ ଯୁଗରେ ଏଭଳି ଏକ ଅଦ୍ଭୁତ ଘଟଣା ସମ୍ପର୍କରେ ଚାରିଆଡେ ପ୍ରସାରିତ ହେବା ପରେ ଘଟଣା ସମୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିଷୟରେ ଗାଡି ମାଲିକ ସୁରେନ୍ଦ୍ର ଦାସଙ୍କୁ ପଚାରିବାରୁ ଏହା କୌଣସି ଭୂତପ୍ରେତର କାମ ନୁହେଁ ବରଂ ତାଙ୍କ ଉପରେ କେହି ଜଣେ ରାଗ ରଖି ଗୁଣିଗାରେଡି କରୁଥିବା ସେ ପ୍ରକାଶ କରିଥିଲେ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details