ଓଡିଶା

odisha

ETV Bharat / state

ସ୍ବାସ୍ଥ୍ୟ କେନ୍ଦ୍ରରେ ଲହଡି ଭାଙ୍ଗୁଛି ବର୍ଷାଜଳ - ସ୍ବାସ୍ଥ୍ୟ କେନ୍ଦ୍ରରେ ଲହଡି ଭାଙ୍ଗୁଛି ବର୍ଷାଜଳ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅଧିନସ୍ଥ ବିଛିନ୍ନାଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇ ପଡ଼ିଛି ଜୋଡାଆମ୍ବ ସ୍ବାସ୍ଥ୍ୟକେନ୍ଦ୍ର। ଡାକ୍ତରଖାନାର ପ୍ରତ୍ୟେକ ଗୃହରେ ଲହଡି ଭାଙ୍ଗୁଛି ବର୍ଷାଜଳ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Oct 30, 2019, 9:37 PM IST

ମାଲକାନଗିରି: ପାଣି ଘେରରେ ସ୍ବାସ୍ଥ୍ୟକେନ୍ଦ୍ର। ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଛିନ୍ନାଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇ ପଡ଼ିଛି ଜୋଡାଆମ୍ବ ସ୍ବାସ୍ଥ୍ୟକେନ୍ଦ୍ର । ଡାକ୍ତରଖାନାର ପ୍ରତ୍ୟେକ ଗୃହରେ ବର୍ଷାଜଳ ପଶି ଯାଇଥିବାରୁ ହନ୍ତସନ୍ତ ହେଉଛନ୍ତି ରୋଗୀ । ସେପଟେ ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି


ତେବେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଠାରୁ ତଳିଆ ଅଞ୍ଚଳରେ ଥିବାରୁ ଏପରି ସମସ୍ୟା ଉପୁଜୁଥିବା ଜଣାପଡିଛି । ଆଖପାଖର 4ଟି ପଞ୍ଚାୟତର ଶହ ଶହ ଆଦିବାସୀ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଚିକିତ୍ସାଳୟରେ ଭିତରେ ପାଣି ଥିବା ହେତୁ ଚିକିତ୍ସା କରିବାକୁ ଆସିଥିବା ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଚତୁରତା ଦେଖାଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ସମସ୍ତ ମେଡ଼ିସିନକୁ ମେଡିକାଲର କର୍ମଚାରୀ ସୁରକ୍ଷିତ ସ୍ଥାନରେ ରଖିଥିବା ଜଣାପଡ଼ିଛି। ସେପଟେ କିଛି ଦିନ ଧରି ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା କାରଣରୁ ବାଲିମେଳା ଜଳଭଣ୍ଡାରର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details