ଓଡିଶା

odisha

ETV Bharat / state

ଦଣ୍ଡିପଦରଠାରେ ପୋଲିସର ଜନସମ୍ପର୍କ ଶିବିର, ସ୍ଥାନୀୟ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ଲକ୍ଷ୍ୟ - ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା

ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ଦଣ୍ଡିପଦର ଠାରେ ପ୍ରଥମଥର ପାଇଁ ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର ଆୟୋଜିତ ହୋଇଛି । ଅଧିକ ପଢନ୍ତୁ

Public Relations Camp
Public Relations Camp

By

Published : May 30, 2023, 1:14 PM IST

ଦଣ୍ଡିପଦରଠାରେ ପୋଲିସର ଜନସମ୍ପର୍କ ଶିବିର

ମାଲକାନଗିରି:ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମହୁପଦର ପଞ୍ଚାୟତର ଦଣ୍ଡିପଦର ଠାରେ ପ୍ରଥମଥର ପାଇଁ ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ଜନସମ୍ପର୍କ ଶିବିର । ତେବେ ଅପହଞ୍ଚ ଇଲାକା ତୁଳସୀ ପାହାଡ଼ରେ ଏପ୍ରିଲ ମାସ ୨୩ ତାରିଖରେ ନୂତନ ଭାବେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ବେଳେ ପରେ ସେଠାରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି ।

ମାଓଗଡ଼ ଦୁର୍ଗମ ତୁଳସୀ ପାହାଡ଼ରେ ଯେଉଁଠି ମାଓବାଦୀଙ୍କ ଲାଲଝଣ୍ଡା ଉଡୁଥୁଲା ସେଠି ଆଜି ଉଡ଼ିଛି ଜାତୀୟ ପତାକା । ଯେଉଁଠାରେ ଶୁଭୁଥିଲା ମାଓବାଦୀ ଜିନ୍ଦାବାଦ, ଲାଲ୍‌ ସଲାମ ଆଜି ସେଠି ନିର୍ଭୟରେ ଗ୍ରାମବାସୀମାନେ ନାରା ଦେଇଛନ୍ତି ବନ୍ଦେ ମାତରମ, ଭାରତ ମାତା କି ଜୟ । ନୂଆ ସିଓବି ପ୍ରତିଷ୍ଠା ଦ୍ବାରା ମାଓପ୍ରବଣ ଦୁର୍ଗମ ତୁଲସୀ ଗାଁ ଓ ନିକଟସ୍ଥ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ଆଗେଇ ଚାଲିଛି । କାରଣ ଯେଉଁ ଅଞ୍ଚଳକୁ ଦିନେ ଚାଲିକି ଯିବା ସମ୍ଭବ ନଥିଲା ସେହି ଅଞ୍ଚଳରେ ଆଜି ପୋଲିସ ପହଞ୍ଚି ନିକଟତର ହେବାକୁ ଲାଗିଛି । ସେହିପରି ଲୋକମାନେ କିଛିଦିନ ପୁର୍ବରୁ ରାସ୍ତାଘାଟ, ବିଜୁଳି, ଶିକ୍ଷା, ସ୍ବାସ୍ଥ୍ୟ ଓ ବିକାଶ ବିଷୟରେ ବୁଝି ପାରୁ ନଥିଲେ ସେମାନେ ଆଜି ଏହାର ଅର୍ଥ ବେଶ ଭଲ ଭାବରେ ଜାଣି ପାରିଛନ୍ତି । ସେମାନଙ୍କ ଅଞ୍ଚଳରେ BSF କ୍ୟାମ୍ପ୍‌ ପ୍ରତିଷ୍ଠା ହେଲାପରେ ସେହି ଅଞ୍ଚଳର ଲୋକମାନେ ମାଓବାଦୀଙ୍କ ହାତ ଛାଡି ବିକାଶ ପାଇଁ ମୁଖ୍ୟସ୍ରୋତକୁ ଫେରି ଆଜି ପୋଲିସର ହାତ ଧରିଛନ୍ତି । ଯାହା ଫଳରେ ସେମାନେ ବିକାଶର ଚିତ୍ର ଦେଖୁଛନ୍ତି ବୋଲି କହିଛନ୍ତି ମାଲକାନଗିରି ଏସ୍‌ପି ।

ତେବେ ଦଣ୍ଡିପଦର ଠାରେ ଆୟୋଜିତ ଜନସମ୍ପର୍କ ଶିବିରରେ ମାଲକାନଗିରି ଏସ୍‌ପି ପହଞ୍ଚିବା ସମୟରେ ଗ୍ରାମବାସୀ ଏସ୍‌ପିଙ୍କୁ ନିଜ ପାରମ୍ପରିକ ସଙ୍ଗୀତ ଓ ବାଜା ବଜାଇ ଭବ୍ୟ ସ୍ବାଗତ କରି ପାଛୋଟି ନେଇଥିଲେ । ସେଠାରେ ଏସ୍‌ପି ଜନସମ୍ପର୍କ ଶିବିରରେ ଯୋଗଦେଇ ପୋଲିସର କାର୍ଯ୍ୟ ଉପରେ ଲୋକମାନଙ୍କୁ କହିଥିଲେ । ସେଠାରେ ଲୋକମାନଙ୍କ ପାଇଁ ପୋଲିସ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର କରାଯାଇଥିବାରୁ ସେହି ଅଞ୍ଚଳର ବହୁ ଲୋକ ଆସି ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ପରେ ମାଲକାନଗିରି ଏସପି ନୀତେଶ ୱାଧୱାନି ଗ୍ରାମବାସୀ ମାନଙ୍କୁ ଧୋତି, ଲୁଙ୍ଗି, ଚାଦର, ଶାଢୀ, ପିଲାମାନଙ୍କୁ ପୋଷାକ ଓ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ । ଏହି ଅବସରରେ ମାଲକାନଗିରି ଏସ୍‌ପିଙ୍କ ସହ ମାଥିଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ , BSF କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ , ମାଥିଲି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରଙ୍କ ସହ ସ୍ଥାନିୟ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁଡ଼ିକରେ BSF କ୍ୟାମ୍ପ୍‌ ପ୍ରତିଷ୍ଠା ହେବା ପରେ ମାଓବାଦୀଙ୍କ ଉପଦ୍ରବ କମିଥିବା ଦେଖିବାକୁ ମିଳିଛି । କିଛିଦିନ ବ୍ୟବଧାନରେ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଜାନବାଇ, ହନ୍ତାଳଗୁଡା, ଜୋଡାଆମ୍ବ, ପଣସପୁଟ ଓ ଯନ୍ତ୍ରୀ ଠାରେ BSF କ୍ୟାମ୍ପ ହେବା ପରେ ସ୍ବାଭିମାନ ଅଞ୍ଚଳବାସୀ ଧୀରେଧୀରେ ମାଓବାଦୀଙ୍କ ହାତଛାଡ଼ି ଜିଲ୍ଲା ପୋଲିସର ହାତଧରି ମୁଖ୍ୟସ୍ରୋତକୁ ଫେରିଛନ୍ତି । ଯାହା ଫଳରେ ସ୍ବାଭିମାନ ଅଞ୍ଚଳରେ ମାଓବାଦୀମାନଙ୍କ ଉପଦ୍ରବ କମିଥିବା ଜଣାପଡିଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details