ଓଡିଶା

odisha

ETV Bharat / state

ଛତିଶଗଡ କାଙ୍କେରରେ ପ୍ରଜାମେଳି, ବିଏସଏଫ୍ କ୍ୟାମ୍ପକୁ ବିରୋଧ - BSF camp

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଛି ପ୍ରଜାମେଳି। କୟେଲିବେଡା ନିକଟରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରି 100 ଖଣ୍ଡ ଗାଁର ହଜାର ହଜାର ଲୋକଙ୍କ ପ୍ରଜାମେଳି।

ଛତିଶଗଡ଼ କାଙ୍କେର ଜିଲ୍ଲାରେ ପ୍ରଜାମେଳି
ଛତିଶଗଡ଼ କାଙ୍କେର ଜିଲ୍ଲାରେ ପ୍ରଜାମେଳି

By

Published : Dec 18, 2020, 6:27 PM IST

ମାଲକାନଗିରି:ବିଏସଏଫ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରି ପ୍ରଜାମେଳି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ହୋଇଛି ପ୍ରଜାମେଳି। କୟେଲିବେଡା ନିକଟରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରି 100 ଖଣ୍ଡ ଗାଁର ହଜାର ହଜାର ଲୋକଙ୍କ ପ୍ରଜାମେଳି।

ଛତିଶଗଡ଼ କାଙ୍କେର ଜିଲ୍ଲାରେ ପ୍ରଜାମେଳି

ନୂତନ ବିଏସଏଫ କ୍ୟାମ୍ପ ନହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଧମକ ଦେଇଛନ୍ତି ଲୋକେ । ବିନା ଦୋଷରେ ସାଧାରଣ ଲୋକଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ବାରା ଅତ୍ୟାଚାର ସହିବାକୁ ପଡୁଛି। ପୁଞ୍ଜିପତି ମାନଙ୍କ ସୁରକ୍ଷା କରିବା ଏବଂ ଖଣିଜ ସମ୍ପତ୍ତିକୁ ଲୁଟିବା ପାଇଁ ବିଏସଏଫ ଯବାନଙ୍କୁ ନିୟୋଜିତ କରାଯାଉଛି।

ତେଣୁ ଏହାକୁ ବିରୋଧ କରି ଧାରଣା ଦେଇଛନ୍ତି ଗ୍ରାମବାସୀ । ତେବେ ଏହି ମାଓପ୍ରବଣ ଅଞ୍ଚଳରେ ଲୋକଙ୍କୁ ସୁରକ୍ଷା ଦେବା ସହ ମାଓବାଦୀଙ୍କ ଦମନରେ ନିୟୋଜିତ ହୋଇଥିବା ଯବାନଙ୍କୁ ବିରୋଧ କରିବା ନିଶ୍ଚିତ ଭାବରେ ଏହା ପ୍ରତ୍ୟକ୍ଷ ବା ପରୋକ୍ଷରେ ମାଓବାଦୀଙ୍କ ଇସାରାରେ ଏତେ ସଂଖ୍ୟକ ଲୋକଙ୍କୁ ଏକାଠି କରି ବିଏସଏଫ ବିରୋଧରେ ଉସକାଉଥିବା ଅନୁମାନ କରାଯାଉଛି ।

ମାଲକାନଗିରିରୁ ଦେବିଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details