ଓଡିଶା

odisha

ETV Bharat / state

ଅପହଞ୍ଚ ଇଲାକାର କାହାଣୀ, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ - ମାଲକାନଗିରି ଭଳି ଉପାନ୍ତ ଜିଲ୍ଲା

ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା । ପ୍ରସୂତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଥିଲେ ମଧ୍ୟ ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ଏହା ଠିକ ସମୟରେ ପହଞ୍ଚି ପାରୁନାହିଁ । ଆଜି ବି ଆମୁଲାନ୍ସ ଅଭାବରୁ ଖଟିଆରେ ବୁହା ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ।

ଫଟୋ ସୌଜନ୍ୟ : ସମ୍ବାଦଦାତା

By

Published : Sep 1, 2019, 12:30 PM IST

ମାଲକାନଗିରି: ସରକାର ବିଭିନ୍ନ ପ୍ରକାରର ଯୋଜନା କରିଥିଲେ ମଧ୍ୟ ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ଅପହଞ୍ଚ ସମସ୍ତ ସୁବିଧା ସୁଯୋଗ । ପୁଣି ଖଟିଆରେ ବୁହାହୋଇ ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା । ଖଇରିପୁଟ ବ୍ଲକ ଅନ୍ତର୍ଗତ ଅମଳାଭଟ୍ଟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା

ପ୍ରତିମା ସାହୁ ନାମକ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେବାରୁ ପରିବାର ଲୋକେ ପ୍ରଥମେ ଖଇରୀପୁଟ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯିବାପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ କିନ୍ତୁ ରାସ୍ତା ଖରାପ ଥିବାରୁ ଆମୁଲାନ୍ସ ଆସିନଥିଲା। ଫଳରେ ପରିବାର ଲୋକେ ପାଖପାଖି ୩ କିଲୋମିଟର ଖଟିଆରେ ବୋହି ଖଇରିପୁଟ ମେଡିକାଲକୁ ଆଣିଥିଲେ। ଡାକ୍ତରଖାନା ରେ ପ୍ରସୂତି ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଉଭୟ ମା ଓ ଶିଶୁର ଅବସ୍ଥା ସୁସ୍ଥ ଥିବା ଜଣାପଡିଛି।

ତେବେ ଜିଲ୍ଲାରେ ବାରମ୍ବାର ଏହି ଭଳି ଘଟଣା ଘଟୁଥିଲେ ମଧ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପ୍ରକାରର ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।


ମାଲକାନଗିରିରୁ ଜୟନ୍ତ ତିଆଡିି, ଇଟିଭି ଭାରତ

ABOUT THE AUTHOR

...view details