ଓଡିଶା

odisha

ETV Bharat / state

ଥମୁନି ଜନନୀ ଯନ୍ତ୍ରଣା, ଦେଶୀଡଙ୍ଗାରେ ଜଳପଥ ପାର ହେଲେ ପ୍ରସୂତି

ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ଏଥର ପାହାଡିଆ ରାସ୍ତା କି ଭାର ନୁହେଁ, ବିପଦପୂର୍ଣ୍ଣ ଅବସ୍ଥାରେ ଦେଶୀ ଡଙ୍ଗାରେ ଜଳପଥ ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚିଲେ ପ୍ରସୂତି । ବାଲିମେଳା ଜଳଭଣ୍ଡାର ଭିତରେ ରହିଥିବା ଯୋଡ଼ାମ୍ବ ପଞ୍ଚାୟତ ଜନ୍ତୁରାଇ ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

By

Published : Aug 10, 2019, 8:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା । ଏଥର ପାହାଡିଆ ରାସ୍ତା କି ଭାର ନୁହେଁ, ବିପଦପୂର୍ଣ୍ଣ ଅବସ୍ଥାରେ ଦେଶୀ ଡଙ୍ଗାରେ ଜଳପଥ ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚିଲେ ପ୍ରସୂତି । ବାଲିମେଳା ଜଳଭଣ୍ଡାର ଭିତରେ ରହିଥିବା ଯୋଡ଼ାମ୍ବ ପଞ୍ଚାୟତ ଜନ୍ତୁରାଇ ଗ୍ରାମରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଶୁକ୍ରବାର ସନ୍ଧ୍ୟାରେ ଯୋଡ଼ାମ୍ବ ପଞ୍ଚାୟତ ଜନ୍ତୁରାଇ ଗ୍ରାମର ଦଇମତି ପୁନାଙ୍କ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ପ୍ରଥମେ ତାଙ୍କୁ ଯୋଡ଼ାମ୍ବ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହସ୍ପିଟାଲରେ କର୍ମଚାରୀ ନଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ଚିତ୍ରକୋଣ୍ଡା ହସ୍ପିଟାଲ ଅଭିମୁଖେ ଜଳ ଯାତ୍ରା ଆରମ୍ଭ କରିଥିଲେ । ତେବେ ଏକ ଦେଶୀ ମୋଟର ଡ଼ଙ୍ଗା ମାଧ୍ୟମରେ ଅସୁରକ୍ଷିତ ଓ ବିପଦପୂର୍ଣ୍ଣ ଭାବରେ ଗର୍ଭବତୀ ମହିଳା, ତାଙ୍କ ସ୍ବାମୀ ମହେନ୍ଦ୍ର ପୁନା ଓ ଜନ୍ତୁରାଇ ଆଶା ଦିଦି ଜଳ ପଥରେ ଯାତ୍ରା କରିଥିଲେ ।

ତେବେ ପରେ ଲଞ୍ଚ ଘାଟରେ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ମିଳିନଥିବାରୁ ଏକ ଅଟୋ ଯୋଗେ ଗର୍ଭବତୀଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲକୁ ନିଆଯାଇଥିଲା । ତେବେ ଏହି ଜଳଭଣ୍ଡାରରେ ରୋଗୀଙ୍କ ନିମନ୍ତେ ଯାତାୟତ ପାଇଁ ଆମ୍ବୁଲାନ୍ସ ରହିଥିବା ବେଳେ ଏହା ବ୍ୟବହାର ହୋଇ ପାରୁନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details