ଓଡିଶା

odisha

ETV Bharat / state

ମାଲକାନଗିରିରେ ଜନନୀ ଯନ୍ତ୍ରଣା: 10 କିମି ଖଟିଆରେ ବୁହା ହେଲେ, ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ପ୍ରସବ - ଖଟିଆରେ ବୁହାହେଲେ ଗର୍ଭବତୀ

ମାଲକାନଗିରିରେ ପୁଣି ଜନନୀ ଯନ୍ତ୍ରଣା ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ନଥିବାରୁ 10କିମି ଖଟିଆରେ ବୁହା ହେଲେ ଗର୍ଭବତୀ । ଅଧିକ ପଢନ୍ତୁ

ପୁଣି ଜନନୀ ଯନ୍ତ୍ରଣା
ପୁଣି ଜନନୀ ଯନ୍ତ୍ରଣା

By ETV Bharat Odisha Team

Published : Nov 10, 2023, 6:16 PM IST

Updated : Nov 10, 2023, 7:57 PM IST

ମାଲକାନଗିରିରେ ଜନନୀ ଯନ୍ତ୍ରଣା

ମାଲାକାନଗିରି:ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଦୃଶ୍ୟ । ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ପାଖାପାଖି 10 କିମି ଖଟିଆରେ ବୁହା ହେବା ପରେ ଆମ୍ବୁଲାନ୍ସ ଭିତରେ ଜନ୍ମ ଦେଲେ ଶିଶୁପୁତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉପାନ୍ତ ଜିଲ୍ଲା ମାଲକାନଗିରିର କୋରୁକୋଣ୍ଡା ବ୍ଲକ ଅଞ୍ଚଳରେ । ତେବେ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାରଙ୍କ ବିକାଶର ନାରାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଏହାମଧ୍ୟ ପଢନ୍ତୁ..ଗାଁକୁ ନାହିଁ ରାସ୍ତା, ଅନ୍ଧାର ରାସ୍ତାରେ 1.5KM ଖଟିଆରେ ବୁହାହେଲେ ଗର୍ଭବତୀ

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ଗଙ୍ଗପଡା ଗ୍ରାମର ସାନ୍ତା ଗୋଲରି ଆଜି ପ୍ରସବ ବେଦନା ଅନୁଭବ କରିବା ପରେ ସ୍ଥାନୀୟ ଆଶା ଦିଦିଙ୍କୁ ଖବର ଦେଇଥିଲେ । ଖବର ପାଇ ଆଶା ଦିଦି ତାଙ୍କୁ ଚିକିତ୍ସାଳୟ ନେବାକୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । କିନ୍ତୁ ସେହି ଗ୍ରାମକୁ ପକ୍କା ରାସ୍ତା ଖଣ୍ଡିଏ ନଥ‌ିବାରୁ ଆମ୍ବୁଲାନ୍ସଟି ଓରିଙ୍ଗି ଗ୍ରାମରେ ଅଟକି ଯାଇଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ବାଧ୍ୟ ହୋଇ ପରିବାର ଲୋକେ ଓ ଗ୍ରାମବାସୀ ଏକ ଖଟିଆରେ ପ୍ରାୟ ୧୦ କିମି ପାହାଡିଆ ରାସ୍ତାରେ ବୋହି ଆଣିଥିଲେ । ବହୁ କଷ୍ଟରେ ମହିଳାଙ୍କୁ ଓରିଙ୍ଗି ଗ୍ରାମ ଯାଏଁ ଆଣିବା ପରେ ସେଠାରୁ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । କିନ୍ତୁ ଏହି ସମୟରେ ମହିଳା ଜଣଙ୍କ ଆମ୍ବୁଲାନ୍ସରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଏହାପରେ ମହିଳା ଓ ନବଜାତଙ୍କୁ ପ୍ରଥମେ କୁଡୁମୁଲୁଗୁମ୍ମା ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା । କିନ୍ତୁ ନବଜାତକର ସ୍ଵାସ୍ଥ୍ୟାବସ୍ଥା ଖରାପ ଥ‌ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟ ନବଜାତ ଓ ମା' ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ..ଆସିଲାନି ଆମ୍ବୁଲାନ୍ସ, ନବଜାତ ଶିଶୁକନ୍ୟାକୁ ଧରି ନାଳ ପାର ହେଲେ ପ୍ରସୂତି

ତେବେ ଏହି ଗ୍ରାମକୁ ସରକାରଙ୍କ ପକ୍ଷରୁ ପକ୍କା ରାସ୍ତା ନିର୍ମାଣ ପାଇଁ ଘୋଷଣା କରାଯାଇଥିବା ବେଳେ ଏହା ବର୍ତ୍ତମାନ ଯାଏ ଏହା ଅଧା ପନ୍ତରିଆ ହୋଇ ଓରିଙ୍ଗି ଗ୍ରାମ ଯାଏ ହୋଇପାରିଛି । ତେବେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଓରଙ୍ଗି ଠାରୁ ବାୟାପଡା ଯାଏ ମୁଖ୍ଯମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ଧିମା ଗତିରେ ହେଉଥିବା ଅଭିଯୋଗ ହେବାପରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଲକାନଗିରି ଡିଭିଜନ୍ ୧ର ନିର୍ବାହୀ ଯନ୍ତ୍ରୀ କହିଛନ୍ତି,"ବର୍ଷା ପାଇଁ କାମ ବନ୍ଦ ଥିଲା ଏବଂ ସେହି ଅଞ୍ଚଳରେ କରାଯାଉଥିବା କାମର ରିଭାଇଜ୍ ଏଷ୍ଟୁମେଣ୍ଟ କରାଯାଇଛି । ଯଥା ଶୀଘ୍ର କାମ ସରିବ ।"

ଇଟିଭି ଭାରତ, ମାଲକାନଗିରି

Last Updated : Nov 10, 2023, 7:57 PM IST

ABOUT THE AUTHOR

...view details