ଓଡିଶା

odisha

ETV Bharat / state

ପୁଣି ଜନନୀ ଯନ୍ତ୍ରଣା, ୫କିମି ଭାରରେ ବୁହାହେଲେ ଗର୍ଭବତୀ - ୫କିମି ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା । ଚିତ୍ରକୋଣ୍ଡା ବ୍ଲକ୍‌ ସ୍ବାଭିମାନ ଅଞ୍ଚଳରେ ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ଦେଖିବାକୁ ମିଳିଛି । ଗର୍ଭବତୀଙ୍କୁ ଭାର କରି ୫ କିିଲୋମିଟର ବୁହା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଅଧିକ ପଢ଼ନ୍ତୁ

pregnant lady carried hospital in bamboo stretcher
ମାଲକାନଗିରି ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା

By

Published : Aug 4, 2023, 10:59 PM IST

Updated : Aug 5, 2023, 7:14 AM IST

ମାଲକାନଗିରି ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା

ମାଲକାନଗିରି: ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା । ରାସ୍ତା ଖରାପ ଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ । ୫ କିିଲୋମିଟର ବୁହାହେଲେ ଗର୍ଭବତୀ । ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ।

ସ୍ବାଭିମାନ ଅଞ୍ଚଳରେ ଥିବା ରାଲେଗଡ଼ା ପଞ୍ଚାୟତର କଦମ ଝୋଲା ଗ୍ରାମର ସୁମିତ୍ରା ପାଙ୍ଗି ନାମକ ଗର୍ଭବତୀଙ୍କ ହଠାତ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ମହିଳାଙ୍କ ସ୍ବାମୀ ବାବୁଲା ପାଙ୍ଗି ଜାନବାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପାଇଁ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ । କିନ୍ତୁ ରାସ୍ତା ଖରାପ ଥିବାରୁ ଏବଂ ନାଳରେ ପାଣି ଭର୍ତ୍ତି ଥିବାରୁ ଆମ୍ବୁଲାନ୍ସ କଦମ ଝୋଲା ଗ୍ରାମରେ ପହଞ୍ଚି ପାରିନଥିଲା । ଫଳରେ ବାବୁଲା ତାଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଏକ ବାଉଁଶରେ କମ୍ବଳ ବାନ୍ଧି ଭାର ଦ୍ବାରା ୫ କିଲୋମିଟର ପର୍ଯ୍ୟନ୍ତ ନିଆଯିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ଗାଁକୁ ଭଲ ରାସ୍ତା ନଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା କାଦୁଅ ହେବା ସହ ନାଳରେ ପାଣି ଭର୍ତ୍ତି ହୋଇ ରହିଛି । ଅଭଳି ସ୍ଥିତିରେ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ବେଳେ ସ୍ବାସ୍ଥ୍ୟସେବା ମଧ୍ୟ ଅପହଞ୍ଚ ହୋଇଛି । ବାବୁଲା ତାଙ୍କ ସ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ସହାୟତାରେ କାଦୁଅ, ଅପନ୍ତରିଆ ରାସ୍ତା ଦେଇ ଗେଜେଡ ଗ୍ରାମରେ ପହଞ୍ଚାଇଥିଲେ । ସେଠାରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ସୁମିତ୍ରାଙ୍କୁ ଜାନବାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲା । ସୁମିତ୍ରା ସେଠାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ମାଁ ଓ ଶିଶୁ ପୁତ୍ର ଭଲ ଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:ମାଲକାନଗିରିରେ ଜନନୀ ଯନ୍ତ୍ରଣା, 6 କିମି ଭାରରେ ବୁହାହେଲେ ଗର୍ଭବତୀ

ଦୁୁଇ ସପ୍ତାହ ପୁର୍ବେ ମାଲକାନଗିରି ଜିଲ୍ଲା, ଖଇରପୁଟ ବ୍ଲକ ପରକନମାଳା ପଞ୍ଚାୟତ ଗଙ୍ଗାକୁଣ୍ଡ ଗ୍ରାମରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଜଣେ ମହିଳା ପ୍ରସବ ବେଦନାରେ ଛଟପଟ ହବାପରେ ଗ୍ରାମବାସୀ ୬ କିଲୋମିଟର ଭାରରେ ବୋହି ମୁଖ୍ଯ ରାସ୍ତାରେ ଥିବା ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଏହାର କିଛିଦିନ ପରେ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାରେ ବହୁ ସ୍ଥାନରେ ରାସ୍ତାଘାଟର ସୁବିଧା ନଥିବା ବେଳେ ଉପାନ୍ତ ଅଞ୍ଚଳଗୁଡିକରୁ ଭାର କରି ରୋଗୀଙ୍କୁ ହସ୍ପିଟାଲ ଆଣିବା ନଜର ରହିଛି । ସରକାର ସ୍ବାଭିମାନ ଅଞ୍ଚଳ ପାଇଁ ସ୍ବତନ୍ତ୍ର ସେତୁ ଯୋଜନାରେ ଶହଶହ କୋଟି ଟଙ୍କାରେ ବିଭିନ୍ନ ଉନ୍ନୟନ କାମ କରୁଥିବା କହି ବାଃବାଃ ନେଉଥିବା ବେଳେ ପ୍ରକୃତରେ ସ୍ବାଭିମାନ ଅଞ୍ଚଳରେ କିଭଳି ରାସ୍ତା ଘାଟର ଉନ୍ନତିକରଣକରଣ କରାଯାଇଛି ଏହା ତାହାର ଜ୍ବଳନ୍ତ ଉଦାହରଣ ।

ଇଟିଭି ଭାରତ, ମାଲକାନଗିରି

Last Updated : Aug 5, 2023, 7:14 AM IST

ABOUT THE AUTHOR

...view details