ଓଡିଶା

odisha

ETV Bharat / state

ଚିତ୍ରକୋଣ୍ଡାରେ ପୁଣି ପ୍ରଜାମେଳି, ଏକାଠି ହେଲେ ଶତାଧିକ ଆଦିବାସୀ - ପୁଣି ବସିଛି ପ୍ରଜାମେଳି

ବିଚ୍ଛିନ୍ନାଞ୍ଚଳରେ ବସିଛି ପ୍ରଜାମେଳି । ପଞ୍ଚାୟତକୁ ଯିବା ପାଇଁ 30 ରୁ 40 କିମି ଅତିକ୍ରମ କରିବାକୁ ପଡ଼ୁଛି । ଯେଉଁଥିପାଇଁ ନୂତନ ପଞ୍ଚାୟତ ଗଢିବାକୁ ପ୍ରଜାମେଳିରେ ଦାବି ଜଣାଇଛନ୍ତି ଆଦିବାସୀ ।

ଡ଼ିଜାଇନ୍ ଫଟୋ

By

Published : Oct 23, 2019, 12:06 PM IST

ମାଲକାନଗିରି: ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ବସାବାନ୍ଧିଛି ପ୍ରଜା ମେଳି । ଜିଲ୍ଲାର ଖଜୁରିଗୁଡା, ଅଙ୍ଗୁରିଗୁଡା, ଅମଳାବେଡା ଓ ମୁଦୁଲିଗୁଡା ଗାଁକୁ ନାକାମାମୁଡି ପଞ୍ଚାୟତରୁ ବାଦ ଦେଇ ମୁଦୁଲିଗୁଡାକୁ ନୂଆ ପଞ୍ଚାୟତ ଗଠନ କରିବାକୁ ପ୍ରଜାମେଳିରେ ଦାବି ଜଣାଇଛନ୍ତି ଆଦିବାସୀ ।

ଏହି ସବୁ ଗାଁରୁ ନାକାମାମୁଡି ପଞ୍ଚାୟତକୁ ଯିବା ଲାଗି ବାଲିମେଳା ଜଳ ଭଣ୍ଡାରରେ 30 ରୁ 40 କିଲୋମିଟର ପାଣିରେ ଯିବାକୁ ପଡୁଛି । ତେଣୁ ପଞ୍ଚାୟତକୁ ଯିବା ଲାଗି ଦୀର୍ଘ ସମୟ ଲାଗୁଛି । ଲୋକଙ୍କ ପାଖରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବା ପାଇଁ ଏକ ନୂତନ ପଞ୍ଚାୟତ ଲାଗି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଚିତ୍ରକୋଣ୍ଡାରେ ପୁଣି ପ୍ରଜାମେଳି

ପୂର୍ବରୁ ଏ ନେଇ ଅନେକ ଥର ସ୍ଥାନୀୟ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ନିଜ ସମସ୍ୟା ବିଷୟରେ ଅବଗତ କରିଛନ୍ତି । କିନ୍ତୁ କୌଣସି ସମାଧାନ ନହେବାରୁ ଆଜି ସମସ୍ତ ଏକଜୁଟ ହୋଇ ପ୍ରଜା ମେଳି କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details