ଓଡିଶା

odisha

By

Published : Oct 15, 2019, 8:30 PM IST

ETV Bharat / state

ପୋଲିସ-ନକ୍ସଲ ଗୁଳିବିନିମୟ, ମାଓବାଦୀ ନିହତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଜଣେ ମାଓବାଦୀ ନିହତ ହୋଇଥିବାବେଳେ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି ।

ପୋଲିସ-ନକ୍ସଲ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ମାଲକାନଗିରି ସୀମାନ୍ତ ତୁଳସୀ ପାହାଡରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ସୁକୁମା ଏସପି ସଲଭ ସିହ୍ନାଙ୍କ ନେତୃତ୍ବରେ ଡିଆରଜିର ଯବାନ ମାଓ ଦମନ ପାଇଁ ଛତିଶଗଡ଼ ପୁଷ୍ପପାଲ ଥାନାରୁ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲ ମାନେ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ପାଲଟା ଜବାବରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା । ଏଥିରେ ଜଣେ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀର ପରିଚୟ ମିଳି ପାରିନଥିବାବେଳେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details