ମାଲକାନଗିରି: ଶନିବାର କୋରାପୁଟରୁ ମାଲକାନଗିରି ଗସ୍ତରେ ଯାଇଛନ୍ତି ରାଜ୍ୟ ପୋଲିସ ଡିଜି ବିକେ ଶର୍ମା। ମୁଖ୍ୟତଃ ମାଓଦମନ ପ୍ରକ୍ରିୟା ଓ ସରକାରଙ୍କ 5T କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ସେ । ଓଡିଶା ପୋଲିସ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଡିଜିପି ବିକେ ଶର୍ମା ମାଲକାନଗିରି ଗସ୍ତ କରିଥିବାବେଳେ ସାଥିରେ ଥିଲେ ଏଡିଜି ଆରପି କୋଚେ, ଗୁଇନ୍ଦା ଆଇଜି ଆରକେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ସଫିନ ଅହମ୍ମଦ। ହେଲିକପ୍ଟର ଯୋଗେ ମାଲକାନଗିରି ପହଁଞ୍ଚିବା ପରେ ଡିଜିପି ପ୍ରଥମେ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାରେ କାର୍ଯ୍ୟରତ ଜଣେ ଜଣେ ପୋଲିସ ଆଧିକାରୀଙ୍କ ସହ ବ୍ୟକ୍ତିଗତ ଭାବେ ମିଶିଥିଲେ।
ମାଲକାନଗିରିରେ ମାଓଦମନ ପ୍ରକ୍ରିୟା ଓ 5T କାର୍ଯ୍ୟକ୍ରମର ଅନୁଧ୍ୟାନ କଲେ ଡିଜିପି - ପୋଲିସ ଡିଜି ବିକେ ଶର୍ମା ନ୍ୟୁଜ
ମାଲକାନଗିରି ଗସ୍ତରେ ରାଜ୍ୟ ପୋଲିସ ଡିଜି ବିକେ ଶର୍ମା। ମାଓଦମନ ପ୍ରକ୍ରିୟା ଓ ସରକାରଙ୍କ 5T କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ସେ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଡିଜିପିଙ୍କ ମାଲକାନଗିରି ଗସ୍ତ
ଡିଜିପିଙ୍କ ମାଲକାନଗିରି ଗସ୍ତ
ଏହା ସହିତ ଅନ୍ୟ ଏକ ବୈଠକରେ ଯୋଗ ଦେଇ ମୋ ସରକାର ଓ 5T କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ଅବଗତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ସାଧାରଣ ଲୋକେ ଥାନାକୁ ଯାଇ କିପରି ଭାବେ ଉପଯୁକ୍ତ ନ୍ୟାୟ ପାଇ ପାରିବେ ସେନେଇ ସମସ୍ତ ଆଇଆଇସିଙ୍କୁ ପରାମର୍ଶ ଦେଇଛନ୍ତି ଡିଜିପି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ