ଓଡିଶା

odisha

ETV Bharat / state

ମାଲକାନଗିରିରେ ପୋଲିସ ଡିଜି - DGP BK Sharma visit malkangiri

ପୋଲିସ ଡି଼ଜି ବି.କେ. ଶର୍ମାଙ୍କ ମାଲକାନଗିରି ଗସ୍ତ । ଏମଭି-3 ବିଏସଏଫ କ୍ୟାମ୍ପ ବୁଲି ଦେଖିବା ସହ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଡିଜିପି ଶର୍ମା । ମାଓ ଦମନ ପ୍ରକ୍ରିୟା ତ୍ବରାନ୍ବିତ କରିବା ସହ ସରକାରଙ୍କ 5ଟି କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବେ ବି.କେ. ଶର୍ମା ।

ମାଲକାନଗିରିରେ ପୋଲିସ ଡିଜି

By

Published : Nov 2, 2019, 1:30 PM IST

ମାଲକାନଗିରି: କୋରାପୁଟ ଗସ୍ତରେ ଥିବା ପୋଲିସ ଡିଜି ବି.କେ.ଶର୍ମାଙ୍କ ମାଲକାନଗିରି ଗସ୍ତ । ଭୁବନେଶ୍ବରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଏମଭି-3 ବିଏସଏଫ କ୍ୟାମ୍ପ ଯିବାପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ଡିଜିପି ଶର୍ମା ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

ଡିଜିପିଙ୍କ ସହିତ ଏଡିଜି ଆରପି କୋଚ୍ଚେ, ଏଡିଜି ଗୁଇନ୍ଦା ଆର.କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ଓ ଦକ୍ଷିଣ-ପଶ୍ଚିମାଞ୍ଚଳର ଡିଆଇଜି ସଫିନ ଅହମ୍ମଦଙ୍କ ସହିତ ବିଏସଏଫ ବାହିନୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ରହିଛନ୍ତି ।

ବିଶେଷ କରି, ବିଚ୍ଛିନ୍ନାଞ୍ଚଳରେ ମାଓ ଦମନ ପ୍ରକ୍ରିୟା ତ୍ବରାନ୍ବିତ କରିବା ସହ ସରକାରଙ୍କ 5ଟି କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବେ ଡିଜିପି । ତେବେ ବର୍ତ୍ତମାନ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କ ସହ ଏସଓଜି ବାହିନୀ ଓ ଡିଭିଏଫ ବାହିନୀକୁ ନେଇ ଏକ ରୁଦ୍ଧ ଦ୍ବାର ବୈଠକ ଚାଲୁଅଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details