ଓଡିଶା

odisha

ETV Bharat / state

ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ ସଦସ୍ୟ କହି ଟଙ୍କା ଆଦାୟ, 3 ଗିରଫ - ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ ସଦସ୍ୟ କହି ଟଙ୍କା ଆଦାୟ

ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ ସଦସ୍ୟ କହି ମାଗୁଥିଲେ ଟଙ୍କା । 3ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

minor dies by suicide in malkangiri
minor dies by suicide in malkangiri

By

Published : May 4, 2023, 2:24 PM IST

minor dies by suicide in malkangiri

ମାଲକାନଗିରି: ଝିଅର ମୃତ୍ୟୁ ପରେ ପୋଲିସକୁ ନଜଣାଇ ମୃତଦେହ ସତ୍କାର କରିଥିଲେ ପରିବାର ଲୋକେ । ପୋଲିସର ଭୟ ଦେଖାଇ ମୃତକଙ୍କ ପରିବାରର ଲୋକଙ୍କୁ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ ସଦସ୍ୟ କହି ଟଙ୍କା ମାଗିଥିଲେ କିଛି ପୁରୁଷ ଓ ମହିଳା । ଟଙ୍କା ନଦେବାରୁ ମୃତକଙ୍କ ମାଆ ଓ ବାପାଙ୍କୁ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ଏହି ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ ସହ ୨ଜଣଙ୍କୁ ଅଟକ ରଖିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ ।

ଗତ ଏକ ସପ୍ତାହ ତଳେ ମାଲକାନଗିରିର ଏମଭି 49 ଗ୍ରାମର ମନ୍ତୋଷ ବିଶ୍ବାସଙ୍କ ଝିଅଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ପରିବାର ଲୋକେ କାହାକୁ ନଜଣାଇ ମୃତଦେହ ସତ୍କାର କରିଥିଲେ । ଏହି ଘଟଣାର 7ଦିନ ପରେ ନିଜକୁ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସର ସଦସ୍ୟ କହି ମନ୍ତୋଷ ବିଶ୍ବାସ ଘରେ ପହଞ୍ଚିଥିଲେ କିଛି ମହିଳା ଓ ପୁରୁଷ। ଝିଅର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି ଆମକୁ 2 ଲକ୍ଷ ଟଙ୍କା ଦିଅ ନହେଲେ ଆମେ ପୋଲିସ କହିଦେବୁ ବୋଲି ଧମକାଇଥିଲେ । ଏହାପରେ ଝିଅର ବାପା ଓ ମାଆଙ୍କୁ ଅପହରଣ କରି ଅନ୍ୟତ୍ର ଏକ ଘରେ ତାଲା ପକାଇ ରଖିଥିଲେ ଅଭିଯୁକ୍ତ । ଏନେଇ ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ ମୃତକଙ୍କ ପରିବାର ଲୋକେ।

ତେବେ କୌଣସି ମତେ ମନ୍ତୋଷ ବିଶ୍ବାସ ଓ ତାଙ୍କ ସ୍ତ୍ରୀ ଅଭିଯୁକ୍ତଙ୍କ କବଳରୁ ଖସି ଆସି ପୋଲିସ ନିକଟରେ ପୁରା ଘଟଣା ସମ୍ପର୍କରେ କହିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ ସଦସ୍ୟ କହୁଥିବା 3ଜଣ ପୁରୁଷ ଓ ୨ଜଣ ମହିଳାଙ୍କୁ ଉଠାଇ ଆଣିଥିଲା । ପରେ 3ଜଣ ପୁରୁଷଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ 2ମହିଳାଙ୍କୁ ଅଧିକ ତଦନ୍ତ ପାଇଁ ଥାନାରେ ଅଟକ ରଖିଛି । ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ ସଦସ୍ୟ କହୁଥିବା ଏହି 5 ଜଣଙ୍କ ନାଁରେ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସୁଥିଲା । ତେବେ ଏମାନେ ପ୍ରକୃତରେ ହ୍ୟୁମାନ ରାଇଟ୍ସର ସଦସ୍ୟ ନା ନାହିଁ ତାହା ସ୍ପଷ୍ଟ ହୋଇନି ।

ସେମାନଙ୍କ ପରିଚୟ ପତ୍ରକୁ ଜବତ କରି ପୋଲିସ ତଦନ୍ତ କରୁଥିବା ମାଲକାନଗିରି ଆଦର୍ଶ ଥାନାଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଥାନାରେ ଆମେ ମୃତକଙ୍କ ପରିବାକୁ ବୁଝାଇବା ପାଇଁ ଯାଇଥିଲୁ । କିନ୍ତୁ ଟଙ୍କା ମାଗିବା ଘଟଣା ଓ ମୃତ ଝିଅର ବାପା, ମାଆଙ୍କୁ ଅପହରଣ କରିନେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଟକ ଥିବା ମହିଳା ପୂର୍ଣିମା ମଜୁନ୍ଦାର । ଅନ୍ୟପଟେ ମୃତକଙ୍କ ପରିବାର ଏହି ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଗିରଫ ଅଭିଯୁକ୍ତ ହେଉଛନ୍ତି ମାଲକାନଗିରି ସହରର ଦିପକ ସାହା , କୋରୋକୁଣ୍ଡା ଗ୍ରାମର ତପନ ପାଣ୍ଡେ ଓ ସଞ୍ଜୟ ସିଲ । ଥାନାରେ ଅଟକ ଥିବା ମାଲକାନଗିରିର ମହିଳା ହେଲେ ପୂର୍ଣ୍ଣିମା ମଜୁନଦାର ଓ ଦିପ୍ତୀ ବିଶ୍ବାସ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details