ଓଡିଶା

odisha

ETV Bharat / state

ଗାଁ ଗାଁ ବୁଲି ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ବୁଝାଇଲେ ଥାନା ଅଧିକାରୀ - People educated regarding traffic rules

ଗାଁ ଗାଁ ବୁଲି ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ବୁଝାଉଛନ୍ତି ଥାନା ଅଧିକାରୀ । ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଏହି କାମକୁ ବର୍ତ୍ତମାନ ସ୍ଥାନରେ ପ୍ରଶଂସା କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିିରି

By

Published : Sep 16, 2019, 3:11 PM IST

ମାଲକାନଗିରି: ମାଓ ଗଡ଼ରେ ପୋଲିସର ନିଆରା ଅନ୍ଦାଜ । ଗାଁ ଗାଁ ବୁଲି ଲୋକଙ୍କୁ ନୂତନ ଟ୍ରାଫିକ ନିୟମ ବୁଝାଉଛନ୍ତି ଥାନା ଅଧିକାରୀ । କିଛି ଏମିତି ଚିତ୍ର ଦେଖିବାକୁ ମିଳିଛି ମାଓ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ । ଚାରି ଚକିଆ ତଥା ବାଇକ ଚାଳକଙ୍କ ନିମନ୍ତେ ନୂତନ ନିୟମ ଲାଗୁ ହେବା ପରେ ସୋମବାର ମାଲକାନଗିରି ଜିଲ୍ଲା ମାଥିଲି ଥାନା ପୋଲିସ ତରଫରୁ ଏକ ରାଲୀର ଆୟୋଜନ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିିରି

ଏହି କାର୍ଯ୍ୟକ୍ରମରେ ମାଥିଲି ଥାନା ଅଧିକାରୀଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ମୁଣ୍ଡରେ ହେଲମେଟ ପିନ୍ଧି ଗାଁ ଗାଁ ବୁଲି ରାସ୍ତାରେ ଯାଉଥିବା ସମସ୍ତ ମୋଟର ସାଇକେଲ ଚାଳକଙ୍କୁ ଅଟକାଇ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏହା ସହ ନୂତନ ବାହନ ନିୟମର ପାମ୍ପ୍ଲେଟ ବଣ୍ଟନ କରି ଜନ ସଚେତନତା କରିଥିଲେ ।

ଆଗାମୀ ଦିନରେ ଏହିପରି ଆଇନ ଅମାନ୍ୟ କଲେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଚାଲାଣ କଟାଯିବ ବୋଲି କହିଥିଲେ ଥାନା ଅଧିକାରୀ ଜନ ଖୁଜୁର। ଏହାସହ ଗାଡି ଚାଳକଙ୍କୁ ସମସ୍ତ ନିୟମ ବୁଝାଇଥିଲେ । ପୋଲିସର ଏହି ପ୍ରକାର ପ୍ରୟାସକୁ ଜନ ସାଧାରଣରେ ପ୍ରଶଂସା କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details