ଓଡିଶା

odisha

ETV Bharat / state

କ୍ବିଣ୍ଟାଲ ଧାନରୁ ୮ କିଲୋ କାଟୁଛି ମଣ୍ଡି, ବର୍ଷିଲେ ପ୍ରଦୀପ ମାଝୀ

ଧାନ ମଣ୍ଡିରେ ଅବ୍ୟବସ୍ଥା ରହିଥିବା ନେଇ ଆଜି(ଶୁକ୍ରବାର) ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

By

Published : Dec 11, 2020, 2:05 PM IST

ମଣ୍ଡିରେ ଧାନକିଣା ନେଇ ବୁଲି ଦେଖିଲେ ପ୍ରଦୀପ ମାଝୀ
ମଣ୍ଡିରେ ଧାନକିଣା ନେଇ ବୁଲି ଦେଖିଲେ ପ୍ରଦୀପ ମାଝୀ

ମାଲକାନଗିରି: ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଗର୍ଜିଲେ ପ୍ରଦୀପ ମାଝୀ । ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ଧାନ ମଣ୍ଡିରେ ଅବ୍ୟବସ୍ଥା ରହିଥିବା ନେଇ ଆଜି(ଶୁକ୍ରବାର) ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରିଛନ୍ତି।

ସଭାପତି ପ୍ରଦୀପ ମାଝୀ ଆଜି ମାଲକାନଗିରି ବ୍ଲକର ତଣ୍ଡାପାଲୀ ଧାନମଣ୍ଡିରେ ପହଞ୍ଚି ମଣ୍ଡିରେ ଧାନକିଣା ସଂପର୍କରେ ଚାଷୀଙ୍କୁ ପଚାରି ବୁଝିଥିଲେ। ତେବେ ଚାଷୀ କ୍ବିଣ୍ଟାଲ ପିଛା ଧାନରୁ ୮ କିଲୋ ଧାନ କାଟି ଦେଉଥିବା ଅଭିଯୋଗ କରିଥିଲେ।

ମଣ୍ଡିରେ ଧାନକିଣା ନେଇ ବୁଲି ଦେଖିଲେ ପ୍ରଦୀପ ମାଝୀ

ଏପରିକି ଧାନକୁ ଲ୍ୟାମ୍ପସ ଖରିଦ କରୁ ନଥିବା ବେଳେ ମିଲରମାନେ ନିଜର ମନଇଚ୍ଛା ଧାନ କାଟି ଖରିଦ କରୁଛନ୍ତି। ଲ୍ୟାମ୍ପସ କର୍ମଚାରୀ କେବଳ ଦେଖଣାହାରୀ ସାଜିଛନ୍ତି। ସେହିପରି ବଜାର ନିୟନ୍ତ୍ରଣ କମିଟି ତରଫରୁ ପ୍ରତ୍ୟେକ ମଣ୍ଡିରେ ପାଣିର, ଶୌଚାଳୟର, ତାରପଲିନ ଦେବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଏଠାରେ ସେଭଳି କୌଣସି ବ୍ୟବସ୍ଥା କରାଯାଉ ନଥିବା ଦେଖିବାକୁ ମିଳିଛି।

ସେହିପରି ଜିଲ୍ଲାପାଳ ମଣ୍ଡିରେ ସିସିଟିଭି ଲଗାଇବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ଏବେସୁଦ୍ଧା ସେଭଳି ବ୍ୟବସ୍ଥା ହୋଇନାହିଁ । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର କିଛି କିଲୋମିଟର ଦୂରରେ ଯଦି ଏଭଳି ମଣ୍ଡି ଚାଲିଛି, ତେବେ ଦୁର୍ଗମ ଅଞ୍ଚଳରେ କିପରି ଚାଲିଥିବା ତାହା ସହଜରେ ଅନୁମେୟ।

କୌଣସି ମୁହର୍ତ୍ତରେ ବର୍ଷା ଆସିଲେ, ଚାଷୀଙ୍କ ଧାନ ନଷ୍ଟ ହେବାର ଆଶଙ୍କା ରହିଛି। ରାଜ୍ୟର କୌଣସି ସ୍ଥାନରେ ଧାନ କଟାଯିବା ନେଇ କୌଣସି ଯୋଜନା କିମ୍ବା ଏଭଳି ଦୃଷ୍ଟାନ୍ତ ନଥିବାବେଳେ କେବଳ ମାଲକାନଗିରି ଜିଲ୍ଲାରେ ହିଁ ୮ କିଲୋ ଧାନ କଟାଯିବା ଘଟଣା ଆଶ୍ଚର୍ଯ୍ୟ କରିଥିବା କୁହାଯାଇଛି।

ଯଦି ଆସନ୍ତା ୭ ଦିନ ମଧ୍ୟରେ ମଣ୍ଡିରେ ଅବ୍ୟବସ୍ଥାରେ ତୁରନ୍ତ ସୁଧାର ନଅଣାଯାଏ ତେବେ, କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details