ଓଡିଶା

odisha

ETV Bharat / state

ସରକାରୀ ଡାକ୍ତରଖାନାରେ ପଇସା ଖେଳ, ଡାଇଲେସିସରେ ବିଳମ୍ବ ହେବାରୁ ରୋଗୀ ମୃତ୍ୟୁ ଅଭିଯୋଗ - ଚିକିତ୍ସାରେ ଡାକ୍ତରଙ୍କ ଅବହେଳା ଅଭିଯୋଗ

ମାଲକାନଗିରି ଜିଲ୍ଲା ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରୋଗୀଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳା ପାଇଁ ଏପରି ହୋଇଥିବା ପରିବାର ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

patient died due to negligence of doctor
ଚିକିତ୍ସାଧୀନ ଅବସ୍ଥାରେ ରୋଗୀ ମୃତ୍ୟୁ

By ETV Bharat Odisha Team

Published : Nov 9, 2023, 10:57 AM IST

ଚିକିତ୍ସାଧୀନ ଅବସ୍ଥାରେ ରୋଗୀ ମୃତ୍ୟୁ

ମାଲକାନଗିରି:ସରକାର ଡାକ୍ତରଖାନାରେ ପାଇସା ଖେଳ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମାଲକାନଗିରି ଜିଲ୍ଲା ସରକାରୀ ହସ୍ପିଟାଲରେ କିଛି ଏମିତି ଘଟଣା ସାମ୍ନାକୁ ଆସିଛି । ରେଗୀ ସେବା ନାମରେ ଏଠାରେ ଅର୍ଥଲୁଟ ହେଉଥିବା ଅଭିଯୋଗ ହୋଇଛି । ଗରିବଙ୍କୁ ଶୋଷଣ କରାଯାଉଛି । କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି 72ଗାଁର ତପନ ରାୟ (55)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଚିକିତ୍ସାରେ ଅବହେଳା ହୋଇଥିବା ନେଇ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଏହା ସହିତ ତପନଙ୍କ ଡାଇଲେସିସ ପାଇଁ ଡାକ୍ତରଖାନାରେ ଥିବା ଟେକ୍ନିସିଆନ୍‌ ସୁଜୟ ଗିରି ଟଙ୍କା ମାଗିଥିଲେ ଏବଂ 5ହଜାର ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ମୃତ ତପନଙ୍କ ପତ୍ନୀ ।

ସୂଚନା ଅନୁସାରେ, ଗତ ୨ ମାସ ଧରି ତପନ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ପ୍ରଥମେ ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ଏମସେଜି ମେଡ଼ିକାଲରେ ଚିକିତ୍ସା କରାଇଥିଲେ । ସେଠାରେ ୪ଥର ତପନକୁ ଡାଇଲେସିସ୍ କରାଇଥିଲେ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ତପନଙ୍କ ସ୍ତ୍ରୀଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀଙ୍କୁ ଯେତେବେଳେ ଡାଇଲେସିସ୍ ପାଇଁ ନେଇଥିଲେ ସେଠାରେ ଉପସ୍ଥିତ ଥିବା ଟେକ୍ନିସିଆନ ସୁଜୟ ଗିରି ନାମକ ବ୍ୟକ୍ତି ତାଙ୍କଠାରୁ ଟଙ୍କା ମାଗିଥିଲେ । ଏପରିକି ଆଗେ ଟଙ୍କା ଦେଲେ ତାହାପରେ ଡାଇଲେସିସ୍ କରିବେ ବୋଲି କହିଥିଲେ ସୁଜୟ । କିଛି ଉପାୟ ନପାଇ ତପନଙ୍କ ପତ୍ନୀ ବାସନ୍ତୀ ତାଙ୍କ ଝିଅକୁ ଏ ବାବଦରେ ଜଣାଇବା ପରେ ଝିଅ ଡାଇଲୋସିସ୍ ଟେକ୍ନିସିଆନ ସୁଜୟ ଗିରିଙ୍କୁ ଫୋନ୍‌ପେ' ଜରିଆରେ ୫ହଜାର ଟଙ୍କା ପଠାଇ ଥିଲେ ।

ଏହା ବି ପଢନ୍ତୁ...ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ଗତ ଅକ୍ଟୋବର ମାସ ୧୭ତାରିଖ ଅପରାହ୍ନ ୫.୧୬ ମିନିଟରେ ଟଙ୍କା ପଠାଇ ଥିବା ପ୍ରମାଣ ସ୍ୱରୁପ ମୃତକଙ୍କ ସ୍ତ୍ରୀ ବାସନ୍ତୀ ରାୟ ଗଣମାଧ୍ୟମକୁ ଜଣାଇଛନ୍ତି । ଇତି ମଧ୍ୟରେ ତପନଙ୍କର ୫ଥର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇଲେସିସ୍ କରାଯାଇଥିବା ବେଳେ ବୁଧବାର ପୁଣି ମାଲକାନଗିରିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲେସିସ୍ ପାଇଁ ଭର୍ତ୍ତି କରିଥିଲେ । ଡାକ୍ତର, ନର୍ସ ଓ ଅନ୍ଯାନ୍ଯ ଷ୍ଟାପ୍ ଚିକିତ୍ସାରେ ଅବହେଳା କରିବା ଦ୍ବାରା ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବାସନ୍ତୀ । ପୁଣି ଟଙ୍କା ଦେବାକୁ ଡାଇଲେସିସ୍ କରିବାରେ ଅବହେଳା ସ୍ବାମୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବସନ୍ତୀ । ସ୍ବାମୀଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବେ ଟେକ୍ନିସିଆନ ସୁଜୟ ଗିରି ଦାୟୀ ବୋଲି ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...ଅପରେସନ ସମୟରେ ରୋଗୀ ମୃତ୍ୟୁ ଅଭିଯୋଗ, ସାଳନ୍ଦୀ ହସ୍ପିଟାଲରେ ଉତ୍ତେଜନା

ଅନ୍ୟପଟେ ଏ ବାବଦରେ ଡ୍ୟୁଟିରେ ଥିବା ଡାଇଲେସିସ ଡାକ୍ତରଙ୍କୁ ପଚାରିବାରୁ ତପନ ରାୟଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା । ରକ୍ତଚାପ ଅଥିକ ଥିଲା ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କହିଛନ୍ତି । ଏପଟେ ସ୍ବାମୀଙ୍କ ମୃତ୍ୟୁରେ ଦାୟୀ ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ତ୍ରୀ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details