ଓଡିଶା

odisha

ETV Bharat / state

ମାଲକାନଗିରି ଘରୋଇ ବସ ମାଲିକ ସଂଘର ବନ୍ଦ ଡାକରା - ୨୪ ଘଣ୍ଟିଆ ଘରୋଇ ବସ୍ ଚଳାଚଳ ବନ୍ଦ ପାଳନ

ଆଜି (ସୋମବାର) ମାଲକାନଗିରି ଜିଲ୍ଲାରେ ମଧ୍ୟରେ ୨୪ ଘଣ୍ଟିଆ ଘରୋଇ ବସ୍ ଚଳାଚଳ ବନ୍ଦ ପାଳନ କରାଯାଇଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଜି ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ଆଗକୁ ପଢନ୍ତୁ..

ମାଲକାନଗିରି ଘରୋଇ ବସ ମାଲିକ ସଂଘର ଷ୍ଟ୍ରାଇକ୍
ମାଲକାନଗିରି ଘରୋଇ ବସ ମାଲିକ ସଂଘର ଷ୍ଟ୍ରାଇକ୍

By ETV Bharat Odisha Team

Published : Oct 2, 2023, 2:13 PM IST

ମାଲକାନଗିରି ଘରୋଇ ବସ ମାଲିକ ସଂଘର ଷ୍ଟ୍ରାଇକ୍

ମାଲକାନଗିରି:ଆଜି(ସୋମବାର) ମାଲକାନଗିରି ଜିଲ୍ଲାରେ ମଧ୍ୟରେ ୨୪ ଘଣ୍ଟିଆ ଘରୋଇ ବସ୍ ଚଳାଚଳ ବନ୍ଦ ପାଳନ କରାଯାଇଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା ଆରମ୍ଭ ହେଉଥ‌ିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଜି ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏହି ବନ୍ଦ ପାଳନକୁ ମାଲକାନଗିରି ଘରୋଇ ବସ ମାଲିକ ସଂଘ ସମର୍ଥନ ଜଣାଇଛନ୍ତି ।

ଆଜି(ସୋମବାର) ମାଲକାନଗିରି ଜିଲ୍ଲାରେ ମଧ୍ୟରେ ୨୪ ଘଣ୍ଟିଆ ଘରୋଇ ବସ୍ ଚଳାଚଳ ବନ୍ଦ ପାଳନ କରାଯାଇଛି। ଘରୋଇ ବସ୍ ଗୁଡ଼ିକ ଆଜି(ସୋମବାର) ସକାଳ ୬ଟାରୁ ଚଳାଚଳ ବନ୍ଦ କରିଥିବା ବେଳେ ଆସନ୍ତାକାଲି(ମଙ୍ଗଳବାର) ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । ଜିଲ୍ଲାର କୌଣସି ଘରୋଇ ବସ୍ ଚଳାଚଳ କରୁନଥିବା ବେଳେ ବାହାର ଜିଲ୍ଲାରୁ ମଧ୍ୟ ଘରୋଇ ବସ ଆସିବନାହିଁ । ସଂଘର କର୍ମକର୍ତ୍ତାମାନେ ମାଲକାନଗିରି ବସଷ୍ଟାଣ୍ଡଠାରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ମଧ୍ୟ ଦେଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ୩୦୦ ବସ ଚଳାଚଳ ବନ୍ଦ ରହିଥିବା ବେଳେ ମାଲକାନଗିରି ଜିଲ୍ଲାରେ ୫୦ରୁ ଊର୍ଦ୍ଧ୍ୱ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି ।

ଏହାମଧ୍ୟ ପଢନ୍ତୁ..ଲକ୍ଷ୍ମୀ ଯୋଜନାକୁ ବିରୋଧ, ନବରଙ୍ଗପୁରରେ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ

ଆନ୍ଦୋଳନକାରୀଙ୍କ କହିବା ଅନୁସାରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ସେମାନେ ବିରୋଧ କରୁନାହାନ୍ତି କିନ୍ତୁ ରାଜ୍ୟ ସରକାର ବାହାରୁ ନୂଆ ବସ୍‌ କିଣି ଏହି ଯୋଜନାରେ ସାମିଲ କରିବା ଦ୍ବାରା ଘରୋଇ ବସ୍‌ ମାଲିକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ । ଘରୋଇ ବସ୍‌ ମାଲିକମାନେ ଋଣରେ ବସ୍‌ କିଣି ବିଭିନ୍ନ ଅଞ୍ଚଳକୁ ସେବା ଯୋଗାଉଛନ୍ତି । ଯଦି ସେମାନଙ୍କ ବସ୍‌ ଚଳାଚଳ ବନ୍ଦ ହୋଇଯାଏ ତେବେ ଜୀବନଜୀବିକା ଏକପ୍ରକାର ଠପ ହୋଇଯିବ ।

ସଂଘ ପକ୍ଷରୁ ଆଉମଧ୍ୟ କୁହାଯାଇଛି ଯେ, ଏଭଳିକି ଯେଉଁ ଅଞ୍ଚଳଗୁଡିକରେ ନକ୍ସଲ ବନ୍ଦ ଡାକରା ଦେଇଥାଆନ୍ତି ସେହି ଅଞ୍ଚଳରେ ସରକାରୀ ବସ ଚଳାଚଳ ବନ୍ଦ କରିଦିଅନ୍ତି, କିନ୍ତୁ ନକ୍ସଲଙ୍କ ଭୟ ନକରି ଘରୋଇ ବସ୍ ସବୁବେଳେ ଲୋକମାନଙ୍କୁ ସେବା ଯୋଗାଇ ଆସୁଛି । ତାସହ ଘରୋଇ ବସ ମାଲିକଙ୍କ ପାଖରେ ଯେଉଁ କର୍ମଚାରୀ ମାନେ କାମ କରୁଛନ୍ତି ସେମାନଙ୍କ ଭବିଷ୍ୟତ ଓ ପରିବାରଙ୍କ କଥା ସରକାର ଭାବିବା କଥା କହିଛନ୍ତି କିଛି ଘରୋଇ ବସ ସଂଘ ସଦସ୍ୟ ।

ଆସନ୍ତା ୧୦ ତାରିଖ ସୁଦ୍ଧା ସରକାର ଯଦି ଘରୋଇ ବସ ମାଲିକମାନଙ୍କ ପାଇଁ କୌଣସି ପଦକ୍ଷେପ ନ ଗ୍ରହଣ କରନ୍ତି ତେବେ ରାଜ୍ୟ ଘରୋଇ ବସ ମାଲିକ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ଘରୋଇ ବସ ଚଳାଚଳ ବନ୍ଦ ହେବା ଦ୍ବାରା ବାହାରୁ ଆସିଥିବା ଏବଂ ବାହାରକୁ ଯିବା ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସ ଷ୍ଟାଣ୍ଡରେ ଯାତ୍ରୀମାନେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details