ଓଡିଶା

odisha

ETV Bharat / state

ଆଖି ଓଦା କରିଦେଲା ଶହୀଦଙ୍କ ଲାଡଲି - ଆଖି ଓଦା କରିଦେଲା ସହୀଦଙ୍କ ଲାଡଲୀ

ଜନ୍ମରୁ ଦେଖିନି ବାପାଙ୍କୁ, ଜାଣିନି ବାପା ଶବ୍ଦର ଅର୍ଥ କ'ଣ । ହେଲେ ବାପାର ପ୍ରତିମୂର୍ତ୍ତିକୁ ଚୁମା ଦେଉଛି ବର୍ଷକର କୁନି ଝିଅ । ଯାହା ଦେଖିବାପରେ ଆପଣ ମଧ୍ୟ କୋହ ସମ୍ଭାଳିପାରିବେନି । ଅଧିକ ପଢନ୍ତୁ...

korba
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Dec 15, 2019, 2:53 PM IST

ମାଲକାନଗିରି: ଜନ୍ମ ପୂର୍ବରୁ ବାପା ଛେଉଣ୍ଡ ହୋଇଯାଇଥିଲା ଝିଅ । ବାପାଙ୍କ ସ୍ନେହ କ'ଣ ଜାଣିବା ପୂର୍ବରୁ ଦେଶ ମାତୃକା ପାଇଁ ଶହୀଦ ହୋଇ ଆରପାରିକୁ ଚାଲି ଯାଇଥିଲେ ବାପା । କୁନି ଝିଅ ଯଦିଓ ବାପାକୁ ଦେଖି ନ ଥିଲା ହେଲେ ଦେଖିଥିଲା ବାପାଙ୍କର ଫଟୋକୁ । ଆଜି ବାପାଙ୍କର ଜନ୍ମଦିନ ଥିବାରୁ ତାଙ୍କର ପ୍ରତିମୂର୍ତ୍ତିକୁ ଦେଖି ଜାବୁଡି ଧରି ଗେଲ କରିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ମନୋରମ ସହ ଅତି ଦୁଃଖଦପୂର୍ଣ୍ଣ ଅଟେ ।

ସହିଦ ସବ ଇନ୍ସପେକ୍ଟର ମୂଲ ଚାନ୍ଦ କୁମାର

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ରାଜ୍ୟ ଛତିଶଗଡ଼ କୋରବା ଜିଲ୍ଲାରେ । ଅତ୍ୟନ୍ତ ଦୁର୍ଗମ ଓ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ କୋରବା ଜିଲ୍ଲା । ଏହି ଜିଲ୍ଲାର କୋଟଘରା ବ୍ଲକ ଅନ୍ତର୍ଗତ ଘାନାଡବାରି ଗାଁରେ ମାଓ ଗୁଳିରେ ଶହୀଦ ହୋଇଥିଲେ ସବ ଇନ୍ସପେକ୍ଟର ମୂଲ ଚାନ୍ଦ କୁମାର । ତାଙ୍କ ସ୍ମୃତିରେ ଗାଁରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏହି ପ୍ରତିମୂର୍ତ୍ତି ନିକଟରେ ତାଙ୍କର ଜନ୍ମଦିନ ପାଇଁ ପୂରା ପରିବାର ଏକତ୍ରିତ ହୋଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ନିଜ ବାପାଙ୍କୁ ଆଖିରେ ଦେଖିନଥିବା କୁନି ଝିଅଟି ବାପାଙ୍କ ପ୍ରତିମୂର୍ତ୍ତିକୁ ଜାବୁଡ଼ି ଧରି ଗେଲ କରିବା ସହ ଚୁମା ଦେଇଥିଲା ।

ବାପାର ପ୍ରତିମୂର୍ତ୍ତି ପାଖରେ ଏକ ବର୍ଷର କୁନି ଝିଅ

ସୂଚନାମୁତାବକ ସବଇନ୍ସପେକ୍ଟର ମୁଲଚାନ୍ଦ ଗତ 2018 ଜାନୁଆରୀ 24 ତାରିଖରେ ଶହୀଦ ହୋଇଥିଲେ । ମୁଲଚାନ୍ଦ ବୀରତ୍ବର ଭାବେ ନକ୍ସଲଙ୍କ ସହ ଲଢେଇ କରି ଶହୀଦ ହୋଇଥିଲେ । କିନ୍ତୁ 2017 ମସିହାରେ ବିବାହ ବନ୍ଧନରେ ବନ୍ଧା ହୋଇଥିବା ମୁଲଚାନ୍ଦଙ୍କ ପତ୍ନୀ ଗର୍ଭବତୀ ଥିବାବେଳେ ମୁଲଚାନ୍ଦ ଆଖି ବୁଜି ଦେଇଥିଲେ ।

ଆଖି ଓଦା କରିଦେଲା ସହୀଦଙ୍କ ଲାଡଲୀ

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details