ଓଡିଶା

odisha

ETV Bharat / state

Boat Capsizes In Chitrakonda: ଜଳଭଣ୍ଡାରରେ ବୁଡିଲା ମାଛ ଧରା ଡଙ୍ଗା, ଜଣେ ମତ୍ସ୍ୟଜୀବୀ ମୃତ - ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡିଲା ମାଛ ଧରା ଡଙ୍ଗା

ମାଛ ଧରିବାକୁ ଯାଇଥିବା ବେଳେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡିଲା ଡଙ୍ଗା । 2 ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ମୃତ । ଅଧିକ ପଢନ୍ତୁ

boat capsizes in Chitrakonda reservoir
boat capsizes in Chitrakonda reservoir

By

Published : May 25, 2023, 10:45 AM IST

Boat Capsizes In Chitrakonda

ମାଲକାନଗିରି:ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଅଘଟଣ । ଜଳଭଣ୍ଡାରରେ ବୁଡିଲା ମାଛ ଧରା ଡଙ୍ଗା । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା । ସିଙ୍ଗାରାମକୁ ମାଛ ଧରିବା ପାଇଁ ଯାଇ ଫେରୁଥିବା ବେଳେ ପବନ ଓ ବର୍ଷା ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ଜଳଭଣ୍ଡାରରେ ବୁଡିଯାଇଥିଲା । ଫଳରେ ଡଙ୍ଗାରେ ଥିବା 3 ମତ୍ସ୍ୟଜୀବୀ ମଧ୍ୟ ପାଣିରେ ବୁଡିଯାଇଥିଲେ । ମୃତ ମତ୍ସ୍ୟଜୀବୀ ହେଉଛନ୍ତି କୃପା ବେନିଆ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି( ବୁଧବାର) ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ଡାଇକ ୩ ଗ୍ରାମର ସଗରିଆ, କୈଳାଶ ଓ କୃପା ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ମାଛ ଧରିବାକୁ ଯାଇଥିଲେ । ଡଙ୍ଗା ସାହାଯ୍ୟରେ ସିଙ୍ଗାରାମକୁ ମାଛ ଧରିବା ପାଇଁ ଯାଇ ଫେରୁଥିବା ବେଳେ ଭୀଷଣ ପବନ ଓ ବର୍ଷା ହୋଇଥିଲା । ଫଳର ଡଙ୍ଗାଟି ଭାରସାମ୍ୟ ହରାଇ ଜଳଭଣ୍ଡାରେ ବୁଡ଼ି ଯାଇଥିବା ବେଳେ ତିନି ମତ୍ସ୍ୟଜୀବୀ ମଧ୍ୟ ବୁଡିଯାଇଥିଲେ । ହରି ସଗରିଆ ଓ କୈଳାଶ ନାୟକ କୌଶଳ କ୍ରମେ ପହଁରି ପହଁରି କୂଳକୁ ଆସିଥିବା ବେଳେ କୃପା ବେନିଆ ଗତକାଲି ଠାରୁ ନିଖୋଜ ଥିଲେ ।

ଏହା ମଧ୍ୟ ପଢନ୍ତୁ-ସିଏମସି କାଉନସିଲ ବୈଠକରେ ହଟ୍ଟଗୋଳ, ସ୍ଥଗିତ ରହିଲା ବୈଠକ

ଏନେଇ ଗ୍ରାମବାସୀ ଚିତ୍ରକୋଣ୍ଡା ଓ କୁଡୁମୁଲୁଗୁମ୍ମା ଅଗ୍ନିଶମ ଅଧିକାରୀଙ୍କୁ ଜଣାଇବା ପରେ ଆଜି ସକାଳୁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ସମୟ ପରେ ନିଖୋଜ ଥିବା କୃପା ବେନିଆଙ୍କ ମୃତଦେହକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ମଧ୍ୟ ସ୍ବାଭିମାନ ଅଚଳର ବହୁଗ୍ରାମକୁ ଗମନାଗମନ ସୁବିଧା ନଥିବା ବେଳେ ଗ୍ରାମବାସୀ ଏହି ଦେଶୀ ଡଙ୍ଗା ଉପରେ ନିର୍ଭର କରି ଚଳୁଛନ୍ତି । ବାରମ୍ବାର ଡଙ୍ଗା ବୁଡି ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ-ସରିଲା ଶୀତଳ ଷଷ୍ଠୀ ଯାତ୍ରା, ମହାଦେବଙ୍କ ହାତ ଧରିଲେ ମା' ପାର୍ବତୀ

ଗତ ଏପ୍ରିଲ ମାସରେ କେନ୍ଦ୍ରାପଡା ଆଳି ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡି ଘଟଣା ସାମ୍ନାକୁ ଆସିଥିଲା । ୨ ନିଖୋଜ ହୋଇଯାଇଥିବା ବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଦେବ ପହଞ୍ଚି ସ୍ଥିତି ପରଖିଥିଲେ । ଡଙ୍ଗାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିବା ବେଳେ ସେହି ଦିନ ସକାଳ ସମୟରେ ଘଟିଥିଲା ଏହି ଅଘଟଣ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details