ମାଲକାନଗିରି: ଆନ୍ଧ୍ରରୁ ଓଡିଶାର ମାଲାକାନଗିରିକୁ ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ବେଳେ ଧରିଲା ବନ ବିଭାଗ । ଗତକାଲି(ଶନିବାର) ମାଲାକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରେ ଏହି ବେଆଇନ କଇଁଛ ଚାଲାଣର ପର୍ଦ୍ଦାଫାସ ହୋଇଛି । ଏକ ଗାଡି ମଧ୍ୟରୁ ୧୩୯ଟି କଇଁଛ ଜବତ କରାଯିବ ସହ ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି ।
ଆନ୍ଧ୍ରରୁ ମାଲକାନଗିରିକୁ ବେଆଇନ କଇଁଛ ଚୋରା ଚାଲାଣ, ଜଣେ ଗିରଫ - ମାଲକାନଗିରିରେ କଇଁଛ ଚୋରା ଚାଲାଣ
ଆନ୍ଧ୍ରରୁ ମାଲାକାନଗିରି ବେଆଇନ୍ କଇଁଛ ଚାଲାଣ ହେଉଥିବା ମାଡି ବସିଲା ବନ ବିଭାଗ । ଜଣେ ଗିରଫ । ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ଏକ ଅଣ୍ଡା ଭର୍ତ୍ତି ଟାଟା ମ୍ୟାଜିକ ଗାଡି ଯୋଗେ କଇଁଛ ଗୁଡିକୁ ଚାଲାଣ କରାଯାଉଥିଲା । ଗାଡିଟି ମୋଟୁ ଅଞ୍ଚଳରୁ ପଡିଆ ଅଞ୍ଚଳକୁ ଯାଉଥିବା ସମୟରେ ଏନେଇ ଖବର ପାଇ mv 79 ବନ ବିଭାଗ ପକ୍ଷରୁ ଏକ ଟିମ୍ କରି ଚଢାଉ କରିଥିଲା । ତେବେ ଏହା କେବଳ ଗୋଟିଏ ଘଟଣା ନୁହେଁ, ଆନ୍ଧ୍ରରୁ ପ୍ରତ୍ୟେକ ଦିନ ମାଲାକାନଗିରି ଜିଲ୍ଲାର କାଲିମେଳା mv 79, ମୋଟୁ ପଡିଆ ଇତ୍ୟାଦି ଅଞ୍ଚଳକୁ ଏହିଭଳି ଢଙ୍ଗରେ ବେଆଇନ ଚୋରା କଇଁଛ ଚାଲାଣ ହେଉଛି । ଏହି ଚୋରା ଚାଲାଣ ଦିନକୁ ଦିନ ବଢି ଚାଲିଥିବା ବେଳେ କେବେ ଏଥିରେ ରୋକ୍ ଲାଗିବ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ