ମାଲକାନଗିରି: ସ୍ବାଭିମାନ ଅଞ୍ଚଳର ଯନ୍ତାପାଇ ଅଙ୍ଗନବାଡି କେନ୍ଦ୍ରରୁ ମୃତଦେହ ଉଦ୍ଧାର ଘଟଣାରେ ସୋମବାର ଦିନ ତମାମ ପୋଲିସ ଜନତାଙ୍କ ମଧ୍ୟରେ ଲାଗିଥିବା ଉତ୍ତେଜନାର ଅନ୍ତ ଘଟିଛି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ମାଲକାନଗିରି ଏସପି, ଏସଓଜି ଜବାନ ସୋମବାର ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଥିବା ହଜାର ହଜାର ଆଦିବାସୀଙ୍କୁ ଶାନ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ବିଏସଏଫ ଯବାନ ହତ୍ୟା କରିଥିବା ଅଭିଯୋଗରେ ଗତକାଲି ପରିବାର ମୃତଦେହକୁ ଅଙ୍ଗନବାଡି କେନ୍ଦ୍ରରେ ରଖିଥିଲେ । ଏହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ଆଜି(ସୋମବାର) ହସ୍ତାନ୍ତର କରିଥିବାବେଳେ ପରିବାର ଲୋକେ ନେବାକୁ ମନା କରିଥିଲେ । ଯାହାକୁ ନେଇ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହେବା ସହ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ