ମାଲକାନଗିରି:ଗୁଜରାଟ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଓଡ଼ିଶାର ଜଣେ ଶିକ୍ଷକ ଗରିଫ । ଗୁଜରାଟ ପଞ୍ଚାୟତ ସର୍ଭିସ ସିଲେକ୍ସନ ବୋର୍ଡ ପକ୍ଷରୁ କିଛି ଦିନ ତଳେ କନିଷ୍ଠ କିରାଣୀ ପଦବୀ ପାଇଁ ପରୀକ୍ଷା ହେବାର ଥିଲା । କିନ୍ତୁ ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ ହେବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏହି ଘଟଣାରେ ଓଡିଶାର ଜଣେ ଶିକ୍ଷକ ଗିରଫ ହୋଇଛନ୍ତି । ମାଲକାନଗିରି କର୍ତ୍ତନପାଲୀ ସ୍କୁଲର ଶିକ୍ଷକ ସରୋଜ ମାଲୁ ଗିରଫ ହୋଇଛନ୍ତି ।
ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ହେବା ପରେ ଏହାର ଉତ୍ତର ମାଲକାନଗିରି ଜିଲ୍ଲାର କର୍ତ୍ତନପାଲୀ ସରକାରୀ ହାଇସ୍କୁଲର ସରୋଜ ମାଲୁ ନାମକ ଶିକ୍ଷକ ଏହି ଉତ୍ତର ଲେଖି ପ୍ରଦାନ କରିଥିବା ଜଣାପଡିଥିଲା । ମାଲକାନଗିରି ପୋଲିସ ସରୋଜକୁ ଆଜି ଗିରଫ କରିଥିବା ଜଣାପଡିଛି । ପ୍ରଶ୍ନପତ୍ରର ଉତ୍ତର ଲେଖି ପଠାଉ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ସରୋଜ । ଗୁୁଜୁରାଟର ଏକ ଟିମ୍ ମାଲକାନଗିରି ପୋଲିସ ସହାୟତାରେ ସରୋଜଙ୍କୁ ଗିରଫ କରିଥିବା ଜଣାପଡିଛି ।
ଏହା ବି ପଢନ୍ତୁ...ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ