ଓଡିଶା

odisha

ସ୍ୱାଭିମାନ ଅଞ୍ଚଳରେ ଉନ୍ନତିମୂଳକ ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

By

Published : Apr 15, 2022, 10:38 PM IST

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଗସ୍ତରେ ମୁଖ୍ୟ ଶାସନ ସଚିବ(odisha chief secretary) ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାରେ ହେବାକୁ ଥିବା ଏୟାର ଷ୍ଟ୍ରିପ ଜାଗା ବୁଲିବା ସହ ଜିଲ୍ଲା ସୀମାନ୍ତ ମୋଟୁ ଅଞ୍ଚଳ ମଧ୍ୟ ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

ସ୍ୱାଭିମାନ ଅଞ୍ଚଳରେ ଉନ୍ନତିମୂଳକ ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ସ୍ୱାଭିମାନ ଅଞ୍ଚଳରେ ଉନ୍ନତିମୂଳକ ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ମାଲକାନଗିରି:ମୁଖ୍ୟ ଶାସନ ସଚିବ(odisha chief secretary) ସୁରେଶ ଚନ୍ଦ୍ର ମହାପାତ୍ର ବିଭିନ୍ନ ଜିଲ୍ଲା ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ସମୀକ୍ଷା କରୁଛନ୍ତି । ଏହିକ୍ରମରେ ରାଜ୍ୟ ସରକାରଙ୍କ ଫୋକସରେ ଥିବା ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ । ଗୁରୁବାର ମାଲକାନଗିରିରେ ପହଞ୍ଚିବା ପରେ DRDA ସଭାଗୃହରେ ଜିଲ୍ଲାର ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସହ ଜିଲ୍ଲାର ବିକାଶ ଦିଗରେ ଏକ ଆଲୋଚନା କରିଥିଲେ । ଜିଲ୍ଲାରେ ହେବାକୁ ଥିବା ଏୟାର ଷ୍ଟ୍ରିପ ସ୍ଥଳ ବୁଲିବା ସହ ଜିଲ୍ଲା ସୀମାନ୍ତ ମୋଟୁ ଅଞ୍ଚଳ ମଧ୍ୟ ଗସ୍ତ କରିଥିଲେ ।

ସ୍ୱାଭିମାନ ଅଞ୍ଚଳରେ ଉନ୍ନତିମୂଳକ ଯୋଜନାର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଏହି ଅବସରରେ ବିକାଶ ପଥେ ସ୍ୱାଭିମାନ ଅଞ୍ଚଳ । ଜାରି ରହିଛି ସ୍ୱାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳର ମେଗା ପ୍ରକଳ୍ପ କାର୍ଯ୍ୟ । ଏହା କହିଛନ୍ତି ମାଲକାନଗିରି ଜିଲ୍ଲା ଗସ୍ତରେ ଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସ୍ୱାଭିମାନ ଅଞ୍ଚଳର ବଡ଼ପଡ଼ ଜାନବାଇ ହାନ୍ତାଳଗୁଡ଼ା, ଲୁଚାପାଣି ଆଦି ସ୍ଥାନ ପରିଦର୍ଶନ କରି ବିଭିନ୍ନ ଉନ୍ନତିମୂଳକ ଯୋଜନାର ସମୀକ୍ଷା କରିଛନ୍ତି । ପାନୀୟଜଳ ପାଇଁ ମେଗା ପ୍ରକଳ୍ପ, ଉଠା ଜଳସେଚନ ଓ ଗମନାଗମନ ପ୍ରକଳ୍ପର ମଧ୍ୟ ଅନୁଧ୍ୟାନ କରିଛନ୍ତି ।

ସେତୁ ଯୋଜନା ଅନ୍ତର୍ଗତ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ପାନୀୟ ଜଳ ଯୋଗାଣ, ଉଠା ଜଳ ସେଚନ ସହ ୩୩ କେଭି ବିଜୁଳି ଯୋଗାଣ ଦ୍ୱାରା ସ୍ୱାଭିମାନ ଅଞ୍ଚଳରେ ଭୋଲଟେଜ୍ ସମସ୍ୟା ଦୂର ହେବ । ଏହାସହ ଆରଡି ଓ ପିଡବ୍ଲୁଡି ବିଭାଗ ଦ୍ଵାରା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଭିତ୍ତିଭୂମି ଓ ଜୀବିକା ଉପରେ ଆଉ କିଛି କାମ କରିବାର ଅଛି ବୋଲି କହିଛନ୍ତି ସୁରେଶ ମହାପାତ୍ର । ଏହି ଗସ୍ତ ସମୟରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା, SP ଓ ADMO ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details