ଓଡିଶା

odisha

ETV Bharat / state

ମାଓବାଦୀଙ୍କ ନୂଆ ପ୍ଲାନ: ବ୍ୟବହାର କରୁଛନ୍ତି ପରିଚୟ ପତ୍ର - malkangiri news

ପୁଣି ଥରେ ସାମ୍ନାକୁ ଆସିଲା ମାଓବାଦୀଙ୍କ ନୂଆ ରଣନୀତି । ପୋଲିସ ଆକ୍ରମଣରୁ ବର୍ତ୍ତିବା ପାଇଁ ମାଓବାଦୀମାନେ ଏବେ ଆଇଡି କାର୍ଡ ବା ପରିଚୟ ପତ୍ର ବ୍ୟବହାର କରୁଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

By

Published : Aug 12, 2019, 3:39 PM IST

ମାଲକାନଗିରି: ପୁଣି ଥରେ ସାମ୍ନାକୁ ଆସିଲା ମାଓବାଦୀଙ୍କ ନୂଆ ରଣନୀତି । ପୋଲିସ ଆକ୍ରମଣରୁ ବର୍ତ୍ତିବା ପାଇଁ ମାଓବାଦୀ ବ୍ୟବହାର କରୁଛନ୍ତି ପରିଚୟ ପତ୍ର ।

ଜିଲ୍ଲାର ସୀମାନ୍ତ ଛତିଶଗଡ଼ରେ ମାଓ ସାମ୍ରାଜ୍ୟ ଧ୍ବଂସ କରିବା ପାଇଁ ପୋଲିସ ଅନେକ ନୂଆ ପନ୍ଥା ଅବଲମ୍ବନ କରୁଥିବା ବେଳେ ଏବେ ମାଓବାଦୀ ମାନେ ମଧ୍ୟ ପୋଲିସ ଆକ୍ରମଣରୁ ବର୍ତ୍ତିବା ପାଇଁ ଏଭଳି ଏକ ନୂତନ ପନ୍ଥା ଗ୍ରହଣ କରିଛନ୍ତି ।

ବିଶେଷ କରି ଛଦ୍ମବେଶରେ ମାଓ କ୍ୟାମ୍ପରେ ପଶି ପୋଲିସ ଆକ୍ରମଣ କରୁଥିବାର ଅନେକ ଥର ଅଭିଯୋଗ ବାଢ଼ିଥିବା ମାଓ ସଂଗଠନ ଏଥିରୁ ବର୍ତ୍ତିବା ପାଇଁ ଏକ ନୂତନ ରଣନୀତି ଆପଣାଇଛନ୍ତି । ମାଓବାଦୀମାନେ ଏବେ ଆଇଡି କାର୍ଡ ବା ପରିଚୟ ପତ୍ର ବ୍ୟବହାର କରୁଥିବା ସୂଚନା ମିଳିଛି ।

ଏହି ପରିଚୟ ପତ୍ରର ଗୋଟିଏ ପଟେ ନାଲି ରଙ୍ଗର ପତାକାର ଚିତ୍ର ରହିଥିବା ବେଳେ ଅନ୍ୟ ପଟେ ହିନ୍ଦୀରେ ନିଜର ତଥା ସମସ୍ତଙ୍କ ସମ୍ପର୍କରେ ଜାଣିବା ପାଇଁ ଲେଖା ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ପରିଚୟ ପତ୍ରକୁ ୨୦୦ ମାଓ ଫାଇଟର୍ କମାଣ୍ଡୋଙ୍କୁ ଦିଆଯାଇଛି । ଏହାକୁ ପାଖରେ ରଖିବା ପାଇଁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

ଏଥିସହ ସେଣ୍ଟ୍ରାଲ୍ କମିଟି ମେମ୍ବରଙ୍କ ପାଇଁ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ଓ ଫାଇଟର୍ କମାଣ୍ଡୋଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଥିବା ଜଣାପଡ଼ିଛି ।

ମାଲକାନଗିରି ରୁ ଜୟନ୍ତ ତିଆଡ଼ି, ଇଟିଭି ଭାରତ

ABOUT THE AUTHOR

...view details