ଓଡିଶା

odisha

ETV Bharat / state

ହାର୍ଡକୋର ମାଓବାଦୀକୁ ମାଲକାନଗିରିରୁ ଗିରଫ କଲା NIA, ମୁଣ୍ଡ ଉପରେ ଥିଲା ୩ଲକ୍ଷ ଟଙ୍କା ପୁରସ୍କାର

ମାଲକାନଗିରିର ହାର୍ଡକୋର ମାଓବାଦୀକୁ ଗିରଫ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏହି ମାଓବାଦୀକୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

By

Published : Jan 24, 2023, 9:00 PM IST

Etv Bharat
Etv Bharat

ମାଲକାନଗିରି:ଜିଲ୍ଲାର ସ୍ବାଭିମାନ ଅଞ୍ଚଳରୁ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କଲା ଜାତୀୟ ତଦନ୍ତକାରୀ ଏଜେନ୍ସି (NIA) । ମାଓବାଦୀ ଜଣକର ପରିଚୟ ରଞ୍ଜୁ ଖିଲ ଓରଫ ଚ୍ଚାଣ୍ଟି ବୋଲି ଜଣାପଡ଼ିଛି । ଗତ ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ୪ ଯବାନ ଶହୀଦ ହୋଇଥିଲେ । ଏହି ଘଟଣାରେ ସାମିଲ ଥିଲା ଚାଣ୍ଟି। ଏହି ଅପରାଧୀ ବିରୋଧରେ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ଏନଆଇଏ ।

ଗତ ୨୦୧୩ ମସିହାରେ ଚାଣ୍ଟିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେ ୨୦୧୮ ମସିହାରେ ଜାମିନରେ ବାହାରିଥିଲା । ପରେ ସେ ଆଉ କୋର୍ଟରେ ହାଜର ହୋଇନଥିଲା । ଏନଆଇଏ ପକ୍ଷରୁ ମାମଲା ରୁଜୁ କରିବା ସହ ଚାଣ୍ଟିକୁ ଖୋଜୁଥିଲା ଏହି ଜାତୀୟ ତଦନ୍ତକାରୀ ଏଜେନ୍ସି । ଆଜି ଏନଆଇଏର ଏକ ଟିମ ସ୍ବାଭିମାନ ଅଞ୍ଚଳରୁ ଚାଣ୍ଟିକୁ ଗିରଫ କରିଛି । ଓଡ଼ିଶା ପୋଲିସ ସହାୟତାରେ ଗିରଫ କରିଛି ଏନଆଇଏ । ଚାଣ୍ଟି ନାମରେ ୩ ଲକ୍ଷ ପୁରସ୍କାର ରାଶି ମଧ୍ୟ ପୂର୍ବରୁ ଘୋଷଣା କରାଯାଇଥିଲା । ଚାଣ୍ଟି ବିଷୟରେ ଯେ କେହି ବି ପୋଲିସକୁ ସୂଚନା ଦେବ ତାକୁ ଏହି ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା ହୋଇଥିଲା ।

ପୂର୍ବରୁ ମଧ୍ୟ ମାଲକାନଗିରି ପୋଲିସ ଚାଣ୍ଟିକୁ ଗିରଫ କରିଥିବା ବେଳେ ଏବେ ଜାମିନରେ ଥିଲା ଚାଣ୍ଟି । କିଛିଦିନ ତଳେ ଏନଆଇଏ ପକ୍ଷରୁ ଚାଣ୍ଟି ସହ ୪ ଜଣଙ୍କର ମାଓବାଦୀଙ୍କ ନେଇ ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିଲା । ସୂଚନା ଥାଉ କି ଗତ ଶୁକ୍ରବାର NIA ମୋଟ ୪ଜଣ ହାର୍କକୋର ମାଓବାଦୀଙ୍କୁ ଗିରଫ କରିବା ଲାଗି କୋରାପୁଟ ବସଷ୍ଟାଣ୍ଡରେ ପୋଷ୍ଟର ଲଗାଇଥିଲା । ଏହାସହିତ ଏମାନଙ୍କ ଲାଗି ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ଯିଏ ବି ଏମାନଙ୍କ ବିଷୟରେ ପୋଲିସକୁ ସୂଚନା ଦେବ ସେମାନଙ୍କ ନାମ ଗୋପନ ରଖାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ।

ଏହା ବି ପଢନ୍ତୁ- ସଦାଶିବ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ

ଏହି ୪ ମାଓବାଦୀଙ୍କ ମଧ୍ୟରେ ସାମିଲ ଥିଲା ଚାଣ୍ଟି । ଅନ୍ୟ ମାଓବାଦୀଙ୍କ ନାମ ହେଉଛି ଜାଲୁମାରି ଶ୍ରୀନୁ ବାବୁ ଓରଫ ସୁନୀଲ, ଗଜରାଲ ରବି ଓ ମେତୁରୁ ଜଗା ରାଓ । ଜାଲୁମାରି ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାୱରୀ ଜିଲ୍ଲାର ଡବପଲେମ ଗ୍ରାମର ହୋଇଥିବା ବେଳେ ତା ବିରୋଧରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଭଳି ମାମଲା ରହିଥିଲା । ଖିଲୋ ରଞ୍ଜୁ ଓରଫ ଚାଣ୍ଟି ମାଲକାନଗିରିର କାଦାଗ୍ରାମର ବୋଲି ଜଣାପଡ଼ିଛି । ଏହି ହାର୍ଡକୋର ମାଓବାଦୀ ଅନେକ ଅପରାଧିକ କାର୍ଯ୍ୟରେ ସାମିଲ ରହିଥିଲା । ଗଜରାଲା ତେଲେଙ୍ଗାନା ୱାରାଙ୍ଗଲ ଅଞ୍ଚଳର ହୋଇଥିାବ ବେଳେ ଜଗା ରାଓ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଅଧିବାସୀ ।

ଏହି ୪ ମାଓବାଦୀଙ୍କ ବିରୋଧରେ ୨୦୧୨ ମସିହା ଜୁଲାଇ ମାସରେ ବିଏସଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ମାମଲା ରୁଜୁ ହୋଇଛି । NIA ଗଜାରାଲା ରବି ବିରୋଧରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଶ୍ରୀନୁ ଲାଗି ୫ ଲକ୍ଷ, ଜଗା ରାଓ ଲାଗି ୫ଲକ୍ଷ ଓ ଚାଣ୍ଡି ଲାଗି ଲାଗି ୩ଲକ୍ଷ ଟଙ୍କା ଘୋଷଣା କରିଥିଲା ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details