ଓଡିଶା

odisha

ETV Bharat / state

ଭୁଶୁଡୁଛି ଲାଲଗଡ: ସ୍ବାଭିମାନ ଅଞ୍ଚଳରେ ପ୍ରତିଷ୍ଠା ହେଲା BSF କ୍ୟାମ୍ପ - ମାଲକାନଗିରି ସ୍ବାଭିମାନ ଅଞ୍ଚଳ

ମାଲକାନଗିରିର ମାଓଗଡ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳ ପଣସପୁଟ୍ ପଞ୍ଚାୟତର ଘନବେଡାଠାରେ BSF କ୍ୟାମ୍ପ ପ୍ରତିଷ୍ଠା । ଏହାକୁ ମିଶାଇ ସ୍ବାଭିମାନ ଅଞ୍ଚଳରେ 4 ଟି BSF କ୍ୟାମ୍ପ ପ୍ରତିଷ୍ଠା ହୋଇଥିବା ସୂଚନା । ଅଧିକ ପଢନ୍ତୁ

ସ୍ବାଭିମାନ ଅଞ୍ଚଳ ଘନବେଡାରେ BSF କ୍ୟାମ୍ପ ପତିଷ୍ଠା
ସ୍ବାଭିମାନ ଅଞ୍ଚଳ ଘନବେଡାରେ BSF କ୍ୟାମ୍ପ ପତିଷ୍ଠା

By

Published : Dec 10, 2021, 9:03 AM IST

Updated : Dec 10, 2021, 9:22 AM IST

ମାଲକାନଗିରି: ଜିଲ୍ଲାର ମାଓଗଡ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳ ପଣସପୁଟ୍ ପଞ୍ଚାୟତର ଘନବେଡାଠାରେ ନୂଆ BSF କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା ସୂଚନା । ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଅଧିକ ଥିବାରୁ ଉନ୍ନୟନମୂଳକ କାମରେ ବାଧା ସୃଷ୍ଟି ହେଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ BSF କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିବା କହିଛନ୍ତି ମାଲକାନଗିରି SP । ଏଥିସହ ଗମନାଗମନ ପାଇଁ ରାସ୍ତାକମ ଭଳି ବହୁ ଉନ୍ନୟନ କାମ ଆଗକୁ କରାଯିବ । ତେଣୁ ଏପରି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ସ୍ବାଭିମାନ ଅଞ୍ଚଳ ଘନବେଡାରେ BSF କ୍ୟାମ୍ପ ପତିଷ୍ଠା

ଏହି କାର୍ଯ୍ୟକ୍ରମରେ ମାଲକାନଗିରି ହେଡକ୍ବାଟର BSF DIG ସଞ୍ଜୟ କୁମାର ସିଂଙ୍କ ସମେତ ବହୁ ପୋଲିସ୍ ଏବଂ BSF ଅଧିକାରୀ ସାମିଲ ହୋଇଥିଲେ । ଏହି କ୍ୟାମ୍ପ ସହ ମିଶି ସ୍ବାଭିମାନ ଅଞ୍ଚଳରେ 4ଟି କ୍ୟାମ୍ପ ପ୍ରତିଷ୍ଠା କରାଯାଇସାରିଲାଣି ।


ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Dec 10, 2021, 9:22 AM IST

ABOUT THE AUTHOR

...view details