ଓଡିଶା

odisha

ETV Bharat / state

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର - ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର
ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

By

Published : Jan 4, 2021, 7:00 PM IST

Updated : Jan 4, 2021, 8:59 PM IST

18:52 January 04

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ମାଲକାନଗିରି: ପୁଣି ଅଲୋଡା ହେଲା ଶିଶୁ କନ୍ୟା । ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ଗାଈ ଚରାଉଥିବା ବେଳେ ଏକ ମହିଳା ଏହି ଶିଶୁଟିକୁ ଉଦ୍ଧାର କଲେ । ଖବର ପାଇ ଚାଇଲଡ଼ ହେଲ୍ପ ଲାଇନ ସଦସ୍ୟ ଶିଶୁ କନ୍ୟାଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି । 

ମାଲକାନଗିରି ଜିଲ୍ଲାରୁ ମାତ୍ର 8 କିଲୋମିଟର ଦୂରରୁ ତଣ୍ଡାପାଲି ଛକ ନିକଟରେ ରହିଥିବା ଏକ ଜଙ୍ଗଲରୁ ଏହି ନବଜାତ ଶିଶୁ କନ୍ୟାକୁ କେହି ଫୋପାଡ଼ି ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଜଙ୍ଗଲରେ ଗାଈ ଚରାଉଥିବା ଏକ ମହିଳା ପିଲାର କାନ୍ଦ ଶୁଣିଥିଲେ । ପରେ ସେହି ମହିଳା ସାମାଜିକ କର୍ମୀ ପୂର୍ଣ୍ଣିମା ସହାଙ୍କୁ ଜଣାଇଥିଲେ । ଖବର ପାଇ ପୂର୍ଣ୍ଣିମା ପୋଲିସ ଓ ଚାଇଲଡ଼ ହେଲ୍ପ ଲାଇନ ନମ୍ବର 1098 କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ ।

ଫୋନ ପାଇବା ସଙ୍ଗେ ସଙ୍ଗେ ପୋଲିସ ଓ ଚାଇଲଡ଼ ଲାଇନ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଶିଶୁଟିକୁ କିଏ ଆଉ କେଉଁ ପରିସ୍ଥିତିରେ ଏଭଳି ଅବସ୍ଥାରେ ଛାଡି ଚାଲିଯାଇଛି ସେନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ଏହି ଜଙ୍ଗଲ ନିକଟରେ ଏମଭି 7, ଏମଭି 15 ଓ ତଣ୍ଡାପାଲି ଗ୍ରାମ ଲାଗିଛି । ଏହି ଶିଶୁ କନ୍ୟାଟି ଏହି ତିନି ଗ୍ରାମର ନା ଅନ୍ୟ କୌଣସି ଗ୍ରାମର ଲୋକ ଏଠି ଫିଙ୍ଗି ଦେଇ ଚାଲିଯାଇଛନ୍ତି, ତାହା ତଦନ୍ତ କରାଯିବା ପରେ ଜଣାପଡିବ ବୋଲି ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ କହିଛନ୍ତି ।
 

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jan 4, 2021, 8:59 PM IST

ABOUT THE AUTHOR

...view details