ଓଡିଶା

odisha

ETV Bharat / state

ଆଜିଠୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ, ସୀମା ସିଲ୍ କଲା ପୋଲିସ - ପିଏଲଜିଏ ସପ୍ତାହ

ଆଜିଠୁ ନକ୍ସଲ ପାଳିବେ ପିଏଲଜିଏ ସପ୍ତାହ । ସ୍ବାଭିମାନ ଅଞ୍ଚଳରେ ବିଏସଏଫ,ଏସଓଜି ଓ ଡିଭିଏଫର କମ୍ବିଂ ଜାରି। ସୀମା ସିଲ୍‌ କଲା ପୋଲିସ । ଅଧିକ ପଢନ୍ତୁ...

ପିଏଲଜିଏ ସପ୍ତାହ
ପିଏଲଜିଏ ସପ୍ତାହ

By

Published : Dec 2, 2020, 8:43 AM IST

ମାଲକାନଗିରି: ଆଜି ଠାରୁ ନକ୍ସଲମାନେ ପାଳିବେ ପିଏଲଜିଏ ସପ୍ତାହ । ଡିସେମ୍ବର 2ରୁ 8 ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ନେଇ ନକ୍ସଲ ଆହ୍ବାନ ଦେଇଛନ୍ତି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ପୋଷ୍ଟର ଏବଂ ବ୍ୟାନର ମାରି ପିଏଲଜିଏ ସପ୍ତାହକୁ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି ଏମାନେ। ଯାହାକୁ ନେଇ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଛି ।

ନକ୍ସଲଙ୍କ ପିଏଲଜିଏ ସପ୍ତାହ

ପିଏଲଜିଏ ସପ୍ତାହକୁ ଆଖିଆଗରେ ରଖି ପୋଲିସ ସୀମାକୁ ସିଲ କରିଦେଇଛି। ବିଏସଏଫ, ଏସଓଜି ଓ ଡିଭିଏଫ ଯବାନମାନେ ଜୋରଦାର କୁମ୍ବିଂ କରୁଥିବା ଦେଖିବାକୁ ମିଳିଛି। ସୀମାରେ ଅଚିହ୍ନା ଲୋକଙ୍କର ଯାନବାହାନ ଯାଞ୍ଚ କରାଯାଉଛି।

କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ପୋଲିସ, ଗୁଇନ୍ଦା ବିଭାଗକୁ ସଜାଗ ରହିବାକୁ କହିଛି। ନକ୍ସଲ ପିଏଲଜିଏ ସପ୍ତାହ ବେଳକୁ ବିଭିନ୍ନ ସ୍ଥାନରେ ହିଂସା ଘଟାଇଥାନ୍ତି । ସେପଟେ ପୋଲିସ ପକ୍ଷରୁ ଯାନବାହାନ ଚଳାଚଳକୁ ଜାରି ରଖିବା ପାଇଁ ଅନୁରୋଧ କରାଯାଇଛି। ସୂଚନାଯୋଗ୍ୟ ଯେ, ନକ୍ସଲଙ୍କ ସହିଦ ସପ୍ତାହ କିମ୍ବା ପିଏଲଜିଏ ସପ୍ତାହ ପାଳନ ବେଳେ ସରକାରୀ ବସଗୁଡିକ ବନ୍ଦ ରହୁଛି। ତେଣୁ ପୋଲିସ ଏନେଇ ସମସ୍ତ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

ମାଲକାନଗିରି ଜିଲ୍ଲାକୁ ବିଶେଷକରି ବହୁ ସରକାରୀ ବସ ଚଳାଚଳ କରୁଥିବାରୁ ସାତ ଦିନ ବ୍ୟାପି ବସ ବନ୍ଦ ରହିଲେ ଲୋକେ ନାହିଁ ନଥିବା ହଇରାଣ ହେବେ ବୋଲି କୁହାଯାଇଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details