ଓଡିଶା

odisha

ETV Bharat / state

ମାଓନେତ୍ରୀଙ୍କ ବିରାଟ ପରିବର୍ତ୍ତନ, ବନ୍ଧୁକ ଛାଡି କରୁଛନ୍ତି ଜନସେବା - ମାଓନେତ୍ରୀ ଦାନସୁରି ଅଂଶୁୟା

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଲକୁଲ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ମାଓନେତ୍ରୀ ଦାନସୁରି ଅଂଶୁୟା ଜନସେବାରେ ନିୟୋଜିତ ହୋଇଛନ୍ତି ।

ମାଓନେତ୍ରୀଙ୍କ ବିରାଟ ପରିବର୍ତ୍ତନ, ବନ୍ଧୁକ ଛାଡି କଲେ ଜନସେବା
ମାଓନେତ୍ରୀଙ୍କ ବିରାଟ ପରିବର୍ତ୍ତନ, ବନ୍ଧୁକ ଛାଡି କଲେ ଜନସେବା

By

Published : May 31, 2021, 12:42 PM IST

Updated : May 31, 2021, 12:49 PM IST

ମାଲକାନଗିରି: ମାଓଗଡ଼ରେ ଦିନେ ସେ ବନ୍ଧୁକ ଧରି ଶାସନ କରୁଥିଲେ । ତାଙ୍କ ନାଁ ଶୁଣିଲେ ଲୋକଙ୍କ ଦେହରେ ଶିହରଣ ଖେଳି ଯାଉଥିଲା । ଦିନେ ପୋଲିସର ନିଦ ହଜାଇ ଦେଉଥିବା ମାଓ ଦାନସୁରି ଅଂଶୁୟା ଓରଫ ସିତକା ନିଜକୁ ଜନସେବାରେ ନିୟୋଜିତ କରିଛନ୍ତି । ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ମୁଲକୁଲ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ସେ ଜନସେବା କରୁଥିବା ଜଣାପଡିଛି ।

ବିଧାୟକ ହେବା ପରେ ବିଗତ ଏବଂ ଚଳିତ ବର୍ଷ କୋରୋନା ମହାମାରୀ ସମୟରେ ଅପହଞ୍ଚ ଇଲାକାର ଲୋକଙ୍କ ନିକଟରେ ପହଞ୍ଚି ଜନ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ବିଧାୟିକା ହେବା ପରେ ନିଜର ବିଳାସପୂର୍ଣ୍ଣ ଜୀବନ ବିତାଇବା ପ୍ରତି ଗୁରୁତ୍ବ ନଦେଇ ମାନବ ସେବାରେ ଅଧିକ ମନୋନିବେଶ କରିଛନ୍ତି । 16 ବର୍ଷ ବୟସରେ ସେ ହାତରେ ବନ୍ଧୁକ ଧରି ଶାସନ କରିବା ପାଇଁ ମାଓ ଦଳରେ ସାମିଲ ହୋଇଥିଲେ ।

ମାଓନେତ୍ରୀଙ୍କ ବିରାଟ ପରିବର୍ତ୍ତନ, ବନ୍ଧୁକ ଛାଡି କରୁଛନ୍ତି ଜନସେବା

ଏହାପରେ ଦୀର୍ଘ 17 ବର୍ଷ ପର୍ଯ୍ୟନ୍ତ ମାଓବାଦୀ ଦଳରେ ମାଓ କମାଣ୍ଡର ଭାବେ କାର୍ଯ୍ୟ କରିବା ପରେ ଲୋକଙ୍କ ପ୍ରକୃତ ବିକାଶ ପାଇଁ ସେ ମନ ବଳାଇ ଆତ୍ମସର୍ମପଣ କରିଥିଲେ ଏବଂ ଲୋକଙ୍କ ସେବାରେ ନିଜକୁ ମସଗୁଲ କରିଥିଲେ । ତାଙ୍କର ଏଭଳି ସେବା ମନୋଭାବ ଯୋଗୁଁ ସେ ବିଧାୟିକା ଭାବେ ବିଜୟ ହାସଲ କରିବା ପରେ ମଧ୍ୟ ନିଜର ଏହି ଜନସେବା ଜାରି ରଖିଛନ୍ତି ।

କୋରୋନା ଭଳି ମହାମାରୀ ସମୟରେ ଅନେକ ଘର ମଧ୍ୟରେ ରହି ଉପଦେଶ ଦେବାକୁ ଭଲ ପାଉଥିବା ବେଳେ ସେ ନିଜ ଅଞ୍ଚଳର ଦୁର୍ଗମ ଓ ମାଓ ଉପଦ୍ରବ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ କୋରୋନା ସଚେତନତାର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କୁ ଖାଦ୍ୟ ବସ୍ତ୍ର ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ନିଜେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲର ଖାଲଖମା ଭରା ମାଇଲ ମାଇଲ ରାସ୍ତାରେ ଚାଲି ଚାଲି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ଆଗାମୀ ଦିନରେ ସେ ବିଧାୟିକା ନ ରହିଲେ ମଧ୍ୟ ଏଭଳି ଜନ ସେବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଦାନସୁରି ନିଜ ଭିତରେ ଏଭଳି ପରିବର୍ତ୍ତନ ଆଣି ଅନ୍ୟ ନେତାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : May 31, 2021, 12:49 PM IST

ABOUT THE AUTHOR

...view details