ମାଲକାନଗିରି : ଏନକାଉଣ୍ଟରରେ ୨ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟଣାକୁ ବିରୋଧ କରି ନକ୍ସଲ ସଂଗଠନର ଆନ୍ଧ୍ର-ଓଡ଼ିଶା ସୀମା ଜୋନାଲ କମିଟି ସେକ୍ରେଟେରୀ କୈଳାସର ଅଡିଓ ଟେପ୍ ଜାରି। ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଗତ 13ରେ ହୋଇଥିବା ଏନକାଉଣ୍ଟରକୁ ମିଥ୍ୟା ଏନକାଉଣ୍ଟର କହିଲେ ମାଓନେତା କୈଳାସ। ପୋଲିସ 2 ମାଓବାଦୀଙ୍କୁ ଧରି ନେଇ ନିର୍ମମ ଭାବେ ହତ୍ୟା କରିଥିବା କହିଲେ ମାଓ ନେତା କୈଳାସ। ମାଓବାଦୀ ମାନେ ବିଶ୍ରାମ ନେବା ବେଳେ 2ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିବା ସହ ଆଉ 2ସାଥି ଙ୍କୁ ବନ୍ଧକ ରଖିଛନ୍ତି ପୋଲିସ।
ପୋଲିସ ଏନକାଉଣ୍ଟରକୁ ମାନୁନି ନକ୍ସଲ ସଙ୍ଗଠନ, ଅଡିଓ ଟେପ୍ ଜାରି - କୈଳାସଙ୍କ ଅଡିଓ ଟେପ୍ ଜାରି
ଆନ୍ଧ୍ର-ଓଡ଼ିଶା ବୋର୍ଡର ଜୋନାଲ କମିଟି ସେକ୍ରେଟେରୀ କୈଳାସଙ୍କ ଅଡିଓ ଟେପ୍ ଜାରି । ମାଓ ସଂଗଠନକୁ ଦମନ କରିବା ପାଇଁ ପୋଲିସ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛି କହିଲେ କୈଳାସ । ଅଧିକ ପଢନ୍ତୁ...
ଆନ୍ଧ୍ର-ଓଡ଼ିଶା ବୋର୍ଡର ଜୋନାଲ କମିଟି ସେକ୍ରେଟେରୀ କୈଳାସଙ୍କ ଅଡିଓ ଟେପ୍ ଜାରି
ତେବେ ଏମାନଙ୍କୁ ତୁରନ୍ତ କୋର୍ଟରେ ହଜାର କରାଯାଉ ବୋଲି ଦାବି କରିଛନ୍ତି ମାଓନେତା। ସ୍ବାଭିମାନ ଅଞ୍ଚଳରେ ଆଦିବାସୀମାନଙ୍କୁ ମିଥ୍ୟା ଏନକାଉଣ୍ଟର କରି ମାଓବାଦୀର ଆଖ୍ୟା ଦେଉଛି ପୋଲିସ। ମାଓ ସଂଗଠନକୁ ଦମନ କରିବା ପାଇଁ ପୋଲିସ ପ୍ରଶାସନ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛି । ସ୍ବାଭିମାନ ଅଞ୍ଚଳରେ ମୌଳିକ ସୁବିଧା ସବୁ ଅପହଞ୍ଚ ଥିବା ବେଳେ ମାଓବାଦୀ ଆଦିବାସୀଙ୍କ ପାଇଁ ଲଢ଼ୁଥିବା ବେଳେ ପୋଲିସ ମାଓ ସଂଗଠନକୁ ଦୁର୍ବଳ କରିବାରେ ଲାଗିପଡିଛି।
ମାଲକାନଗିରିରୁ ଦେବଦତ୍ତ ବେହେରା ,ଇଟିଭି ଭାରତ