ଓଡିଶା

odisha

ETV Bharat / state

ଯନ୍ତ୍ରୀ ପଞ୍ଚାୟତରେ ପ୍ରଥମ ଥର ପାଇଁ ପାଦ ପକାଇଲେ ସାଂସଦ, ବୁଝିଲେ ଲୋକଙ୍କ ସମସ୍ୟା - ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତ

ମାଓ ଗଡ ହୋଇଥିବାରୁ ଯନ୍ତ୍ରୀ ପଞ୍ଚାୟତକୁ ଯାଆନ୍ତି ନାହିଁ ନେତା କି ମନ୍ତ୍ରୀ। ପ୍ରଥମ ଥର ପାଇଁ ଯନ୍ତ୍ରୀ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ସଂସାଦ ରମେଶ ମାଝୀ। ଅଧିକ ପଢନ୍ତୁ

nabarangpur MP visits jantri panchayat
nabarangpur MP visits jantri panchayat

By

Published : Apr 7, 2023, 4:20 PM IST

ଯନ୍ତ୍ରୀ ପଞ୍ଚାୟତରେ ପ୍ରଥମ ଥର ପାଇଁ ପାଦ ପକାଇଲେ ସାଂସଦ

ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତ । ଏହି ଅଞ୍ଚଳଟି ମାଓ ଗଡ ହୋଇଥିବାରୁ କୌଣସି ନେତା କି ଅଧିକାରୀଙ୍କ ପାଦ ପଡୁନଥିଲା ଏଠାରେ । ଯନ୍ତ୍ରୀ ପଞ୍ଚାୟତରେ ଏବେ ପ୍ରଥମ ଥରପାଇଁ ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝିଙ୍କ ପାଦ ପଡିଛି । ନବରଙ୍ଗପୁର ସଂସାଦ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଆଜି ଯନ୍ତ୍ରୀ ପଞ୍ଚାୟତରେ ପହଞ୍ଚି ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆଜି ଭୋର ସମୟରେ ଏକ ସ୍ୱତନ୍ତ୍ର ମେଡିକାଲ ଆମ୍ବୁଲାନ୍ସ ବୋଟ୍‌ ଯୋଗେ ସ୍ୱାଭିମାନଞ୍ଚଳର ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତରେ ପହଞ୍ଚି ଏକ ସଭାରେ ସାମିଲ ହୋଇଥିଲେ ସାଂସଦ ରମେଶ ମାଝୀ । ଏହାପରେ ମାଲକାନଗିରି ଜିଲ୍ଲା ଦିଦାଇ ଉନ୍ନୟନ ସଂସ୍ଥା ପକ୍ଷରୁ ଲୋକଙ୍କ ଯାତାୟତ ପାଇଁ ମଟର ବୋଟ ଦୁଇଟିକୁ ଉଦଘାଟନ କରିଥିଲେ ସଂସାଦ ଓ ବିଧାୟକ । ପରେ ଯନ୍ତ୍ରୀ ପଞ୍ଚୟତ ଦୁର୍ଗା ପଡିଆରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ସାଂସଦ ।

ମୁଖ୍ୟତଃ କୋଡ଼ିଗନ୍ଧିଠାରୁ ଯନ୍ତ୍ରୀ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା ନିର୍ମାଣରେ ବିଭିନ୍ନ ଦୁର୍ନୀତି ହୋଇଥିବା ନେଇ ଲୋକ ମାନେ ସାଂସଦଙ୍କୁ ଅଭିଯୋଗ କରିଥିଲେ। ଦୀର୍ଘ ତିନିବର୍ଷ ହେବ କୋଡ଼ିଗନ୍ଧିଠାରୁ ଯନ୍ତ୍ରୀ ପର୍ଯ୍ୟନ୍ତ ରାସ୍ତା କାମ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। କାମ ନକରି ମିଛ ବିଲ୍‌ କରି ପଇସା ହଡପ କରିଥିବା ନେଇ ଲୋକେ ଅଭିଯୋଗ କରିଥିଲେ । ଏହି ଅଞ୍ଚଳରେ ଗମନାଗମନ ସହ ସ୍ବାସ୍ଥ୍ୟ , ଶିକ୍ଷା ଓ ମୌଳିକ ସୁବିଧା ଯେବେ ଯାଏଁ ଲୋକଙ୍କ ପାଖରେ ପହଞ୍ଚିନି ସତେଦିନ ଯାଏଁ ସ୍ବାଭିମାନ ନହୋଇ ସରକାରଙ୍କ ପାଖରେ ଅଭିମାନୀ ହୋଇ ରହିବେ ବୋଲି କହିଥିଲେ ଯନ୍ତ୍ରୀ ପଞ୍ଚାୟତବାସୀ ।

ସ୍ୱାଭିମାନଞ୍ଚଳରେ ବିକାଶ କାର୍ଯ୍ୟ ଜୋର ସୋରରେ ଚାଲୁ ରହିଛି ଆଗକୁ ଏହି ଅଞ୍ଚଳରେ ଚାଲୁଥିବା ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ । ରାସ୍ତା କାମ ସମ୍ପର୍କରେ କିଛି ଅଭିଯୋଗ ଆସିଛି ତୁରନ୍ତ ଏହି ଅଭିଯୋଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାଂସଦ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ । ପରେ ପଣସଫୁଟ ପଞ୍ଚାୟତରେ ପଣସଫୁଟଠାରୁ ମାଲକାନଗିରି ନୂତନ ବସ ସେବାର ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ ସଂସାଦ ବିଧାୟକ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ।

ଏହି କାର୍ଯକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ତାଙ୍ଗୁଲୁ , ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷ ରାଜଶ୍ବରୀ ଖିଲ, ମାଲକାନଗିରି ପୁର୍ବତନ ବିଧାୟକ ମାନସ ମାଡକାମି, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ସାନି, ଚିତ୍ରକୋଣ୍ଡା ବିଡିଓ, ଅତିରିକ୍ତ ତହସିଲଦାର, ଦିଦାଇ ଉନ୍ନୟନ ସଂସ୍ଥାର ଅଧିକାରୀ ଓ ବିଜେଡି କର୍ମୀଙ୍କ ସହ ଏବଂ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details