ମାଲକାନଗିରି: ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତି ସମ୍ପର୍କରେ ସାଂସଦ ରମେଶ ଚନ୍ଦ୍ର ମାଝୀ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାଲକାନଗିରି ଜିଲ୍ଲାର ମୋଟୁ ଓ ଏହାର ଆଖପାଖ ଅଞ୍ଚଳରେ ପୋଲାଭରମ ପ୍ରକଳ୍ପ ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସ୍ଥାୟୀ ପ୍ରତିକାର ଦାବିନେଇ ପତ୍ର ଲେଖିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ।
ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତିର ସ୍ଥାୟୀ ପ୍ରତିକାର ଦାବି କଲେ ସାଂସଦ ରମେଶ ମାଝୀ - ରମେଶ ଚନ୍ଦ୍ର ମାଝୀ
ମାଲକାନଗିରି ଜିଲ୍ଲାର ମୋଟୁ ଓ ଏହାର ଆଖପାଖ ଅଞ୍ଚଳରେ ପୋଲାଭରମ ପ୍ରକଳ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ନବରଙ୍ଗପୁର ସାଂସଦ । କେନ୍ଦ୍ର ଜଳସମ୍ପଦ ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଏନେଇ ପତ୍ର ଲେଖିଛନ୍ତି ସାଂସଦ ରମେଶ ଚନ୍ଦ୍ର ମାଝୀ । ଅଧିକ ପଢ଼ନ୍ତୁ
ପୋଲାଭରମ ପ୍ରକଳ୍ପ ଜନିତ କ୍ଷୟକ୍ଷତିର ସ୍ଥାୟୀ ପ୍ରତିକାର ଦାବି କଲେ ସାଂସଦ ରମେଶ ମାଝୀ
ପ୍ରକାଶ ଥାଉକି ସାଂସଦ ରମେଶ ଚନ୍ଦ୍ର ମାଝୀ ଗତ ୨୩ ତାରିଖରେ ମୋଟୁ ସମେତ ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଏଭଳି ପରିସ୍ଥିତି ଯୋଗୁଁ ଲୋକମାନଙ୍କ ଧନଜୀବନ ପ୍ରଭାବିତ ହୋଇଥିବା ବିଷୟରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ସ୍ଥାନୀୟ ପ୍ରଶାସନକୁ ଲୋକଙ୍କ ଯଥାଶୀଘ୍ର ଥଇଥାନ ପାଇଁ ପରାମର୍ଶ ଦେଇଥିଲେ । ପ୍ରପୀଡ଼ିତ ମାନଙ୍କ ପାଇଁ ରିଲିଫ ବଣ୍ଟନକୁ ପ୍ରାଥମିକତା ଦେବା ଭଳି ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇଥିଲେ ସାଂସଦ ।
ଇଟିଭି ଭାରତ, ମାଲକାନଗିରି