ମାଲକାନଗିରି:କାଲିମେଳା ବ୍ଲକ ଏମଭି 67 ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ । ଅଜଣା ଜନ୍ତୁ ଆକ୍ରମଣରେ 48 ଛେଳି ଓ ମେଣ୍ଢା ଛୁଆଙ୍କ ମୃତ୍ୟୁ ହୋଇଥିବା ସୂଚନା । ବୁଧବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି । ଛେଳି ଓ ମେଣ୍ଢା ଛୁଆ ରାତିରେ ଗୁହାଳରେ ଶୋଇଥିବା ବେଳେ ସକାଳ ସମୟରେ ଏକ ଚାଷ ଜମିରୁ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ପଶୁ ଡାକ୍ତରଖାନାର ଭେଟେନେରୀ ଅଫିସର ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଏମଭି 67 ଗ୍ରାମର ସୁନୀଲ ହଳଦାର ଛେଳି ଓ ମେଣ୍ଡା ପାଳନ କରନ୍ତି । ସେ ପାଖାପାଖି 170 ଗୋଟି ଛେଳି ଓ ମେଣ୍ଢା ରଖିଛନ୍ତି । ବୁଧବାର ବିଳମ୍ବିତ ରାତିରେ କୌଣସି ଅଜଣା ଜନ୍ତୁ ତାଙ୍କ ଗୁହାଳକୁ ପ୍ରବେଶ କରି 7ଟି ଛେଳି ଛୁଆ ଓ 40ଟି ମେଣ୍ଢା ଛୁଆଙ୍କୁ ଆକ୍ରମଣ କରିଥିଲା । ଏହାପରେ ପର ଦିନ ସକାଳ ସମୟରେ ଗୁହାଳ ଠାରୁ ପ୍ରାୟ 50ରୁ 60 ମିଟର ଦୂରରେ ଥିବା ଚାଷ ଜମିରେ ସମସ୍ତ ଛେଳି ଓ ମେଣ୍ଢା ଛୁଆଙ୍କର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଅଜଣା ଜନ୍ତୁଟି ମେଣ୍ଢା ଓ ଛେଳି ଛୁଆଙ୍କ ଶରୀର କିଛି ଅଂଶ ଖାଇଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।