ମାଲକାନଗିରି: ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-11 ଧାନମଣ୍ଡିରେ ଚଢାଉ । ଚଢାଉ ସମୟରେ 119 ପ୍ୟାକେଟ ଧାନ ଜବତ କରିଛି ଯୋଗାଣ ବିଭାଗ । ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଅଭିଯୋଗ ହେବାପରେ ଚଢାଉ କରାଯାଇଥିଲା ।
ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମଭି-11 ଧାନମଣ୍ଡିରେ ଦଲାଲଗିରିକୁ ନେଇ ସ୍ଥାନୀୟ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଅଜୟ କୁମାର ରଥଙ୍କ ନେତୃତ୍ବରେ ଏକ ଟିମ୍ ମଣ୍ଡିକୁ ଗସ୍ତକରି ମଣ୍ଡିର ଅବ୍ୟବସ୍ଥା ଉପରେ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ମଣ୍ଡିରୁ 119 ପ୍ୟାକେଟ ଧାନ ଅର୍ଥାତ୍ ୫୦ କ୍ୟୁଣ୍ଟାଲ ଧାନ ଜବତ ହୋଇଛି ।