ଓଡିଶା

odisha

ETV Bharat / state

ବାପାମା’ ଛେଉଣ୍ଡ ୪ ପିଲାଙ୍କ ପାଖରେ ପହଞ୍ଚିଲେ ସାଂସଦ ରମେଶ ମାଝୀ - ମାଲକାନଗିରି ପହଞ୍ଚିଲେ ସାଂସଦ ରମେଶ ମାଝୀ

ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ଏପରିସ୍ଥଳରେ ବୁଧବାର ସାଂସଦ ରମେଶ ମାଝୀ ମାଲକାନଗିରି ଜିଲ୍ଲା ପଡ଼ିଆମିଗୁଡା ଗ୍ରାମକୁ ଗସ୍ତ କରି ବାପା-ମାଆ ଛେଉଣ୍ଡ 4 ପିଲାଙ୍କୁ ଭେଟି ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାପା-ମାଆ ଛେଉଣ୍ଡ ୪ ପିଲାଙ୍କ ପାଖରେ ପହଞ୍ଚିଲେ ସାଂସଦ ରମେଶ ମାଝୀ
ବାପା-ମାଆ ଛେଉଣ୍ଡ ୪ ପିଲାଙ୍କ ପାଖରେ ପହଞ୍ଚିଲେ ସାଂସଦ ରମେଶ ମାଝୀ

By

Published : Aug 12, 2020, 7:17 PM IST

ମାଲକାନଗିରି: ଓଡିଶାରେ ଜାରି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ଏପରିସ୍ଥଳରେ ବୁଧବାର ସାଂସଦ ରମେଶ ମାଝୀ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ମାଲାଭରମ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଡ଼ିଆମିଗୁଡା ଗ୍ରାମକୁ ଗସ୍ତ କରିଛନ୍ତି । ଏଠାରେ ଥିବା ବାପାମା’ ଛେଉଣ୍ଡ 4 ପିଲାଙ୍କୁ ଭେଟିଛନ୍ତି ରମେଶ ମାଝୀ ।

ବାପା-ମାଆ ଛେଉଣ୍ଡ ୪ ପିଲାଙ୍କ ପାଖରେ ପହଞ୍ଚିଲେ ସାଂସଦ ରମେଶ ମାଝୀ

ସୂଚନା ଅନୁସାରେ ଗତ କିଛି ଦିନ ତଳେ ପଡିଆମୀ ଗୁଡା ଗ୍ରାମରେ ଗୋଟିଏ ପରିବାରର ବାପା ଓ ମାଆ ସାପ କାମୁଡାରେ ପ୍ରାଣ ହରାଇଥିଲେ । ଫଳରେ ସେମାନଙ୍କ ୪ ( ତିନି ଝିଅ ଏବଂ ଜଣେ ପୁଅ ) ଛୁଆ ଅସହାୟ ହୋଇଯାଇଛନ୍ତି । ଏହି ହୃଦୟବିଦାରକ ଖବର ପାଇ ସାଂସଦ ରମେଶ ଚନ୍ଦ୍ର ମାଝୀ ତୁରନ୍ତ ଉକ୍ତ ପରିବାର ନିକଟରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ବିଚାର ବିମର୍ଷ କରିଛନ୍ତି ।

ବାପା-ମାଆ ଛେଉଣ୍ଡ ୪ ପିଲାଙ୍କ ପାଖରେ ପହଞ୍ଚିଲେ ସାଂସଦ ରମେଶ ମାଝୀ

ଉକ୍ତ ଅସହାୟ ପିଲାଙ୍କୁ ଭୁବନେଶ୍ୱର କିସ୍ ବିଦ୍ୟାଳୟରେ ପାଠ ପଢ଼ାଇବା ବ୍ୟବସ୍ଥା କରିବା ସହିତ ପରିବାରକୁ ପ୍ରଶାସନ ପକ୍ଷରୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ନିର୍ଭର ପ୍ରତିଶୃତି ଦିଆଯିବ ବୋଲି ସାଂସଦ କହିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହାରା, ଇଟିଭି ଭାରତ

ABOUT THE AUTHOR

...view details