ଓଡିଶା

odisha

ETV Bharat / state

Preventing Child Marriage: ବାଲ୍ୟ ବିବାହ ରୋକିବାକୁ ରିଲିଜ ହେଲା ସିନେମା - ବାଲ୍ୟ ବିବାହ ସିନେମା

ବାଲ୍ୟ ବିବାହ ରୋକିବା ପାଇଁ ମାଲକାନଗିରି ଜିଲ୍ଲାରେ ରିଲିଜ ହେଲା ସିନେମା । ଅଧିକ ପଢନ୍ତୁ

ବାଲ୍ୟ ବିବାହ ରୋକିବା ନେଇ ଉଦଘାଟନ ହେଲା ସିନେମା
ବାଲ୍ୟ ବିବାହ ରୋକିବା ନେଇ ଉଦଘାଟନ ହେଲା ସିନେମା

By

Published : May 4, 2022, 8:31 AM IST

ମାଲକାନଗିରି: ବାଲ୍ୟ ବିବାହ ସମାଜର ଏକ କୁତ୍ସିତ ପ୍ରଥା । ମାଲକାନଗିରି ଜିଲ୍ଲାରେ ସବୁଠାରୁ ଅଧିକ ବାଲ୍ୟ ବିବାହ କରାଯାଉଥିଲା । କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏକ ପ୍ରୟାସ ଆରମ୍ଭ କରାଯାଇ ସଫଳ ହୋଇଛନ୍ତି । ବାଲ୍ୟ ବିବାହ ହାର ଜିଲ୍ଲାରେ କମି କମି ଆସୁଛି । ଜିଲ୍ଲା ୧ ନମ୍ବରରୁ ଏବେ ତଳକୁ ଖସିଛି । ଆଗାମୀ ଦିନରେ ମାଲକାନଗିରି ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଜିଲ୍ଲାରେ 'ମିଶନ ଉଡାଣ' ନାମରେ ୫୦ ଦିନିଆ କାର୍ଯ୍ୟକ୍ରମ ଚାଲିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ସିନେମା ମଧ୍ୟ ରିଲିଜ ହୋଇଛି ।

ବାଲ୍ୟ ବିବାହ ରୋକିବା ନେଇ ରିଲିଜ ହେଲା ସିନେମା

ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ଛୋଟିଆ ସିନେମା ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦର୍ଶିତ କରାଯାଇଛି । ଏହି ସିନେମାକୁ ଜିଲ୍ଲାପାଳ ବିଶାଳ ସିଂହ ଉଦଘାଟନ କରିଥିଲେ । ଜିଲ୍ଲାର ସମସ୍ତ ଅଞ୍ଚଳରେ ସୋସିଆଲ ମିଡିଆରେ ଏହି ସିନେମାକୁ ପ୍ରଦର୍ଶିତ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି କୁହାଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ଅଧିକାରୀ ନାରାୟଣ ଦାସ, ସତ୍ୟଜିତ ପଣ୍ଡା, ବିନାଶ ମିଶ୍ର ସମେତ ସିନେମାର କଳାକାରମାନେ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details