ମାଲକାନାଗିରି:ଦୁର୍ନୀତି ନିବାରଣ ସଚେତନତା ସପ୍ତାହରେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ବ ନିରୀକ୍ଷକ(ଆରଆଇ) । ଲାଞ୍ଚ ନେବାବେଳେ ମାଲକାନଗିରି ଜିଲ୍ଲାର ମୋଟୁ ସଦର ତହସିଲ୍ ରାଜସ୍ବ ନିରୀକ୍ଷକଙ୍କୁ ମାଡିବସିଲା ଭିଜିଲାନ୍ସ ବିଭାଗ । ରାଜସ୍ବ ନିରୀକ୍ଷକ ସୁରଜ ଚନ୍ଦ୍ର ବାଲା ଜଣେ ବ୍ୟକ୍ତିଙ୍କଠାରୁ 15ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେ ଧରାପଡିବା ପରେ ଭିଜିଲାନ୍ସ ଟିମ୍ ତାଙ୍କର ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୪୫ ଗ୍ରାମରେ ଥିବା ଘରେ ଚଢ଼ାଉ କରିଥିଲା । ଏହି ଚଢାଉରେ ଭିଜିଲାନ୍ସ ଡିଏସପି ଦୀନବନ୍ଧୁ ବେହେରା, ଭବାନୀପାଟଣା ଇନ୍ସପେକ୍ଟର ପ୍ରମିଳା ସୁନା, ଭିଜିଲାନ୍ସ ଅଧିକାରୀ ଆଲୋକ ମହାପାତ୍ର, ଭିଜିଲାନ୍ସ ଏଏସଆଇ ପ୍ରଭାକର ପଟ୍ଟନାୟକ, ଷ୍ଟେନୋ ସିବା ପ୍ରସାଦ ପ୍ରଧାନ ସାମିଲ ଥିଲେ ।
ମୋଟୁ ଆରଆଇ ସୂର୍ଯ୍ୟ ଚନ୍ଦ୍ର ବାଲା ଏକ ଜମି ଜବରଦଖଲ ମାମଲାର ସମାଧାନ ପାଇଁ ଅଭିଯୋଗକାରୀ ଘନଶ୍ୟାମ ମହନ୍ତଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ୧୦ ହଜାର ଟଙ୍କା ନେଇସାରିଥିବା ବେଳେ ଗୁରୁବାର ବାକି ୧୫ ହଜାର ଟଙ୍କା ନେଉଥିଲେ । ଲାଞ୍ଚ ନେବାର କିଛି ସମୟ ପରେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ପୂର୍ବ ଯୋଜନା ଅନୁସାରେ ଅତର୍କିତ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ମୋଟୁ ଆରଆଇଙ୍କ ନିକଟରୁ ନଗଦ ୧୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।
ଏହା ମଧ୍ୟ ପଢନ୍ତୁ- ଲାଞ୍ଚ ନେଇ ଧରାପଡ଼ିଲେ ଲାଞ୍ଚୁଆ ବାବୁ, ବନ୍ଧା ହେଲେ ସିନ୍ଧିରିମାଳ ରାଜସ୍ବ ନିରୀକ୍ଷକ