ମାଲକାନଗିରି: ଶନିବାର ମାଲକାନଗିରିର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଲ୍ୟବନ୍ତ ନାମକ ଏକ ଲଞ୍ଚ ଖରାପ ହୋଇଥିବାର ଖବର ମିଳିଛି । ଫଳରେ 3 ଘଣ୍ଟା ଧରି ଫସି ରହିଥିଲେ ପ୍ରାୟ 60 ଜଣ ଯାତ୍ରୀ । ଜଣଭଣ୍ଡାର ମଧ୍ୟରେ ଫସି ରହିଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି ।
3 ଘଣ୍ଟା ଧରି ଜଳଭଣ୍ଡାରରେ ଫସି ରହିଲା ଯାତ୍ରୀବାହୀ ଲଞ୍ଚ - ଯାତ୍ରୀବାହୀ
ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଲ୍ୟବନ୍ତ ନାମକ ଲଞ୍ଚରେ ତ୍ରୁଟି । ଫଳରେ 3 ଘଣ୍ଟା ଧରି ଫସି ରହିଲେ ପ୍ରାୟ 60 ଜଣ ଯାତ୍ରୀ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଖବରମୁତାବକ, ମାଲ୍ୟବନ୍ତ ନାମକ ଲଞ୍ଚଟି ଦିନ 11ଟା ବେଳେ ପ୍ରାୟ 60 ଜଣ ଯାତ୍ରୀଙ୍କୁ ନେଇ ବାଲିମେଳା ଜଳଭଣ୍ଡାର ଦେଇ ଯନ୍ତ୍ରୀ ଗାଁ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ଲଞ୍ଚଟି ଦୀର୍ଘ 15 କିଲୋମିଟର ଯାତ୍ରା କଲାପରେ ଲଞ୍ଚଟି ଏକ ଗାଁ ନିକଟରେ ଖରାପ ହୋଇ ଅଟକିଗଲା । ଫଳରେ ଲଞ୍ଚଟି ପାଣି ଭିତରେ 3ଘଣ୍ଟା ପାଖାପାଖି ଫସି ରହିଥିଲା । ପରେ ବିପରୀତ ଦିଗରୁ ଆସୁଥିବା ଲଞ୍ଚ ଦ୍ୱାରା ମାଲ୍ୟବନ୍ତ ଲଞ୍ଚଟିକୁ ଉଦ୍ଧାର କରି କୂଳକୁ ଅଣାଯାଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ