ମାଲକାନଗିରି:ମାଲକାନଗିରି ଗସ୍ତ କାଳରେ ସରକାରୀ ବିଜ୍ଞାପନକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସରକାରଙ୍କ ଗୁଣଗାନ କରୁଥିବା ପ୍ରିଣ୍ଟ ଓ ଇଲେଟ୍ରୋନିକ୍ ମିଡିଆକୁ ବିଜ୍ଞାପନ ଦେବା ବଦଳରେ ଟିଆରପି ଥିବା ମିଡିଆରେ ବିଜ୍ଞାପନ ଦେଉ ସରକାର । ସରକାର ଗଣମାଧ୍ୟମରେ ପାତରଅନ୍ତର ନିତୀକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ ।
ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ପାତରଅନ୍ତ ନୀତି ଛାଡ଼ନ୍ତୁ ସରକାର । ଲୋକ ଅଧିକ କିଣୁଥିବା ଦେଖୁଥିବା ମିଡିଆ ସାଇଟରେ ସରକାରୀ ବିଜ୍ଞାପନ ଦେବା ଉଚିତ୍ । ମାତ୍ର ସରକାର ତାଙ୍କ ଗୁଣଗାନ କରୁଥିବା ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ଗଣମାଧ୍ୟମ ସଂସ୍ଥାଗୁଡିକୁ ବିଜ୍ଞାପନ ଦେଉଛନ୍ତି । କିନ୍ତୁ ଯେଉଁ ଇଲେକ୍ଟ୍ରୋନିକ୍ ମିଡିଆର TRP ସର୍ବାଧିକ ରହୁଛି ଓ ଯେଉଁ ପ୍ରିଣ୍ଟ୍ ମିଡିଆଗୁଡିକର ସର୍ବାଧିକ ନ୍ୟୁଜ୍ ପେପର ବିତରଣ ହଉଛି ସେହି ସଂସ୍ଥାଗୁଡ଼ିକୁ ସରକାର ଅଣଦେଖା କରୁଛନ୍ତି । ବ୍ୟବସ୍ଥା ଅନୁଯାୟୀ ଯେଉଁ ଇଲେକ୍ଟ୍ରୋନିକ୍ ମିଡିଆର TRP ସର୍ବାଧିକ ସେହି ସଂସ୍ଥାଗୁଡିକୁ ସରକାର ବିଜ୍ଞାପନ ପ୍ରଦାନ କରାଯିବା କଥା । ଆଗରୁ ଯାହା ନିୟମ ରହିଛି ସେହି ନିୟମ ଲାଗୁହବା ଦରକାର । ଏଥିରେ ପାତର ଅନ୍ତର ନୀତି ଉଚିତ୍ ନୁହେଁ । ଯଦି ସରକାର ଏଭଳି କରୁଛନ୍ତି ତେବେ ସରକାର ଏଥିରୁ ନିଜକୁ ନିବୃତ୍ତ ରଖନ୍ତୁ । ସରକାରଙ୍କ ଦୋଷକୁ ଦେଖାଇବା ଗଣମାଧ୍ୟମର କାମ । ତେଣୁ ଯେଉଁ ଗାଣମାଧ୍ୟମ ଏପରି କରୁଛନ୍ତି ସରକାର ତାଙ୍କୁ ପ୍ରୋତ୍ସାହନ ଦିଅନ୍ତୁ । ଯେପରି ସେମାନେ ନିର୍ଭୟରେ ଓ ନିରପକ୍ଷ ସମ୍ବାଦ ପରିବେଷଣ କରିପାରିବେ ।"