ଓଡିଶା

odisha

ପୋଲିସ ଏନକାଉଣ୍ଟରକୁ ବିରୋଧ, ପ୍ରତିବାଦରେ ନକ୍ସଲଙ୍କ ବନ୍ଦ ଡାକରା

By

Published : Dec 20, 2020, 9:25 AM IST

ଆସନ୍ତାକାଲି(ସୋମବାର) ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ନକ୍ସଲ ସଂଗଠନ । ପୋଲିସର ଏନକାଉଣ୍ଟରକୁ ମିଥ୍ୟା ଦର୍ଶାଇ ନକ୍ସଲ ସଂଗଠନ ଏହାକୁ ବିରୋଧ କରି ବନ୍ଦ ଡାକରା ଦେଇଥିବା ସୂଚନା । ଅଧିକ ପଢନ୍ତୁ...

Malkangiri shutdown tomorrow, call for closure by Naxals
କାଲି ମାଲକାନଗିରି ବନ୍ଦ, ନକ୍ସଲଙ୍କ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା

ମାଲକାନଗିରି:ଆସନ୍ତାକାଲି(ସୋମବାର) ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ନକ୍ସଲ ସଂଗଠନ । ସ୍ବାଭିମାନ ଅଞ୍ଚଳରେ ପୁଲିସର ଏନକାଉଣ୍ଟରକୁ ମିଥ୍ୟା ଦର୍ଶାଇ ନକ୍ସଲ ସଂଗଠନ ଏହାକୁ ବିରୋଧ କରି ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି । ଏନକାଉଣ୍ଟର ନାଁରେ ତିନି ଜଣ ନକ୍ସଲଙ୍କୁ ହତ୍ୟା କରାଯାଇଥିବା ନେଇ ଆନ୍ଧ୍ର ଓଡିଶା ବୋଡ଼ର ଡିଭିଜନର ସଚିବ କୈଳାସ ଏକ ପ୍ରେସ୍ ବିବୃତିରେ ପ୍ରକାଶ କରିଛନ୍ତି । ସ୍ବାଭିମାନ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ଲୋକଙ୍କୁ ନିର୍ଯାତନା ଦେଉଥିବା କୈଳାସ ଏଥିରେ ଅଭିଯୋଗ କରିଛନ୍ତି । ପୋଲିସର ଏଭଳି କାର୍ଯ୍ୟକଳାପ ଲୋକଙ୍କ ଜୀବନଜୀବିକା ଉପରେ ପ୍ରଭାବ ପକାଉଛି । ମିଥ୍ୟ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ସହିଦଙ୍କ ପରିବାରକୁ ଆମେ ସହାନୁଭୂତି ଜଣାଉଛୁ ବୋଲି ଏଥିରେ କୁହାଯାଇଛି ।

କାଲି ମାଲକାନଗିରି ବନ୍ଦ, ନକ୍ସଲଙ୍କ ପକ୍ଷରୁ ଦିଆଯାଇଛି ବନ୍ଦ ଡାକରା

କୈଳାସ ଆହୁରି କହିଛନ୍ତି ଯେ, ପୋଲିସ ବେଆଇନ ଭାବେ ନିରୀହ ଲୋକଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରି ନିର୍ଯ୍ୟାତନା ଦେବା , ବାଧ୍ୟତାମୂଳକ ଆତ୍ମସମର୍ପଣ କରାଇବା, ନକ୍ସଲଙ୍କୁ ଧରି ମିଥ୍ୟା ଏନକାଉଣ୍ଟର କରିବା ଭଳି କାର୍ଯ୍ୟ ଜାରି ରଖିଛି । ପୋଲିସ ମାଓ ମିଲିଟାରି କମାଣ୍ଡର କିଶୋରକୁ ଧରିଥିଲେ ଓ ତାକୁ ହତ୍ୟା କରିଥିଲେ । ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ନ ଥିବା ଅଭିଯୋଗ କରାଯାଇଛି । ପୋଲିସର ଏଭଳି କାର୍ଯ୍ୟକଳାପକୁ ବିରୋଧ କରି ଆସନ୍ତାକାଲି(ସୋମବାର) ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ସଫଳ କରିବାକୁ କୈଳାସ ଆହ୍ବାନ ଦେଇଛନ୍ତି । ବନ୍ଦ ବେଳେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ଏହି ବିବୃତିରେ କୁହାଯାଇଛି । ତେବେ ଏହି ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୋଲିସ ସଜାଗ ରହିଛି । ଗୁଇନ୍ଦା ବିଭାଗକୁ ଅଧିକା ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବାକୁ କୁହାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details