ମାଲକାନଗିରି:ଜିଲ୍ଲାରେ ମୋବାଇଲ ଟାୱାର (Mobile Tower) ନ ଥିବାରୁ ଅନେକ ଅଞ୍ଚଳରେ ଅନଲାଇନ (Online Study) ପାଠ୍ୟକ୍ରମରେ ବାଧା ସୃଷ୍ଟି ହେଉଛି । ସୀମାନ୍ତ ପଡ଼ିଆ ବ୍ଲକରେ ନେଟୱର୍କ ଅଭାବରୁ ଅନଲାଇନ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ବିଦ୍ୟାର୍ଥୀ ଚାରି କିମି ଦୂର ଚାଲିଚାଲି ଯାଇ ଜଙ୍ଗଲ ଭିତରେ ପରୀକ୍ଷା ଦେଇଛନ୍ତି । ଏହି ଘଟଣା ଅନଲାଇନ ମାଧ୍ୟମରେ ପାଠପଢ଼ାର ବିକଳ ଚିତ୍ରକୁ ପଦାରେ ପକାଇଛି ।
ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଭିତରେ ଥିବା ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବହୁତ ହନ୍ତସନ୍ତ ହେଉଛନ୍ତି । ମାଟେରୁ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ଦେବାକୁ ପଡ଼ୁଛି । ଫଳରେ ପିଲା ୪ କିଲୋମିଟର ଦୂର ଚାଲିଚାଲି ଜଙ୍ଗଲ ଭିତରକୁ ଯାଇ ଗଛ ମୂଳରେ ବସି ପଡୋଶୀ ରାଜ୍ୟର ନେଟୱର୍କ ଉପରେ ନିର୍ଭର କରି ପରୀକ୍ଷା ଦେଉଛନ୍ତି । ସରକାର କେବଳ ଅନଲାଇନ ପରୀକ୍ଷା ଉପରେ ଧ୍ୟାନ ଦେଇଛନ୍ତି , କିନ୍ତୁ ସବୁ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ଓ ନେଟୱର୍କ ସୁବିଧା ଅଛି କି ନାହିଁ ତାହା ଦେଖିବା ଜରୁରୀ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।