ଓଡିଶା

odisha

ETV Bharat / state

ଓଡିଶା ଜୀବିକା ମିଶନର ମୋ ଉପକାରୀ ବଗିଚା କ୍ଷେତ୍ର ପ୍ରଦର୍ଶନୀ ଅନୁଷ୍ଠିତ

ଓଡିଶା ଜୀବିକା ମିଶନ ପକ୍ଷରୁ ମୋ ଉପକାରୀ ବଗିଚା କ୍ଷେତ୍ର ପ୍ରଦର୍ଶନୀ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ 100ରୁ ଅଧିକ ଆଖପାଖ ଗାଁର ମହିଳା । ଅଧିକ ପଢନ୍ତୁ...

ଓଡିଶା ଜୀବିକା ମିଶନର ମୋ ଉପକାରୀ ବଗିଚା କ୍ଷେତ୍ର ପ୍ରଦର୍ଶନୀ ଅନୁଷ୍ଠିତ
ମୋ ଉପକାରୀ ବଗିଚା କ୍ଷେତ୍ର ପ୍ରଦର୍ଶନୀ ଅନୁଷ୍ଠିତ

By

Published : Jun 24, 2020, 2:52 PM IST

Updated : Jun 24, 2020, 3:35 PM IST

ମାଲକାନଗିରି: ମାଲକାନଗିରି ରାମାଗୁଡା ଗାଁରେ ଓଡିଶା ଜୀବିକା ମିଶନ ଓ ଏନଆରଜିଏର ମିଳିତ ସହଯୋଗରେ ମୋ ଉପକାରୀ ବଗିଚା କ୍ଷେତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଛଅ ଗୋଟି ସ୍ବଂୟ ସହାୟକ ଗୋଷ୍ଠୀର ସଦସ୍ୟ ଓ ଆଖପାଖ ଗାଁର 100ରୁ ଅଧିକ ମହିଳାଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ନିଜ ବାଡ଼ି ବଗିଚାରେ ଗାତ ଖୋଳି ଏହି ଭଳି ପୃଷ୍ଟି ବଗିଚା କରିବା ପାଇଁ ଏନଆରଜିଏ ତରଫରୁ ଦୈନିକ ପାରିଶ୍ରମିକ ଦିଆଯିବା ଏହା ସହିତ ଓଡିଶା ଜୀବିକା ମିଶନ ତରଫରୁ 13 ପ୍ରକାର ପନିପରିବା ମଞ୍ଜି ଯୋଗାଇ ଦିଆଯାଇଥିଲା ।

ଓଡିଶା ଜୀବିକା ମିଶନର ମୋ ଉପକାରୀ ବଗିଚା କ୍ଷେତ୍ର ପ୍ରଦର୍ଶନୀ ଅନୁଷ୍ଠିତ

ଏହି ବଗିଚା ଯୋଗୁଁ ଖାଦ୍ୟ ବିବିଧତାକୁ ବଢାଇବା ସହିତ ଅପପୃଷ୍ଟିକୁ ଦୂର କରିବାରେ ସହଯୋଗୀ ହେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓଏଲମର ପରିଚାଳକଙ୍କ ସମେତ ସମସ୍ତ କୃଷି ମିତ୍ର, ପ୍ରାଣୀ ମିତ୍ର, ଓଏଲମ୍ ଏବଂ ଏନଆରଜିଏର ସମସ୍ତ ସଦସ୍ୟ ରହି ଗ୍ରାମବାସୀଙ୍କୁ ବୁଝାଇ ଥିଲେ। । ଗତ ବର୍ଷ ସମଗ୍ର ଜିଲ୍ଲାରେ 3734 ପରିବାର ଏହା ଦ୍ବାରା ଲାଭବାନ ହୋଇଥିଲେ । ଚଳିତ ବର୍ଷ 7500 ପରିବାର ଏହି ବୃହତ ବ୍ରୁତ୍ତାକାର ମୋ ଉପକାରୀ ପୃଷ୍ଟି ବଗିଚା ଯୋଗୁଁ ଲାଭବାନ ହେବେ ବୋଲି ଓଡିଶା ଜୀବିକା ମିଶନ ତରଫରୁ ପ୍ରକାଶ କରାଯାଇଛି ।


ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jun 24, 2020, 3:35 PM IST

ABOUT THE AUTHOR

...view details