ମାଲକାନଗିରି: ସାଧାରଣ ନିର୍ବାଚନକୁ ନେଇ ନେତାଏ ବ୍ୟସ୍ତ। ଗାଁରୁ ସହର ସବୁଠି ଦଳୀୟ ପ୍ରଚାର ଓ ପ୍ରସାରର ମାହୋଲ । ବହୁମତ ହାତେଇବାକୁ ଚେଷ୍ଟା କରୁଥିବା ନେତାଙ୍କ ମଧ୍ୟରେ ଜଣେ ନେତାଙ୍କ ମାନବିକତା ଦେଖିବାକୁ ମିଳିଥିଲା। ପ୍ରଚାର ଛାଡି ବଞ୍ଚାଇଥିଲେ 2 ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ। ଯାହା ସାଧାରଣରେ ତାଙ୍କୁ ପ୍ରଶଂସାର ପାତ୍ର କରାଇପାରିଛି ।
ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବାମନଗୁଡା ଗ୍ରାମରେ ଦୁର୍ଘଟଣାଗ୍ରସ୍ତ 2ଜଣ ବ୍ୟକ୍ତି ଆହତ ହୋଇପଡିଥିଲେ । ଏହି ସମୟରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ବାକା ନିଜ ସମର୍ଥକଙ୍କୁ ଧରି ସେହି ବାଟରେ ପ୍ରଚାରରେ ବାହାରିଥିଲେ । ଘଟଣାକୁ ଦେଖି ପ୍ରଥମେ ସେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ବିଳମ୍ବ ହେବାର ଦେଖି ନିଜେ ନିଜ ପ୍ରଚାର ଗାଡିରେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଯାଇଥିଲେ ।