ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳକୁ ଶନିବାର ମିଶନ ଇନ୍ଦ୍ରଧନୁଷ ଟିମ ଗସ୍ତ କରିଛନ୍ତି । ଏହାର ମୂଳ ଲକ୍ଷ୍ୟ ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳର ଜଳ ଘେରରେ ରହିଥିବା ପାଞ୍ଚଟି ପଞ୍ଚାୟତର ସମସ୍ତ ଶିଶୁ ଓ ପ୍ରସୂତୀ ମହିଳାଙ୍କୁ ମିଶନ ଇନ୍ଦ୍ରଧନୁ ମାଧ୍ୟମରେ ଟୀକାକରଣ କରାଯିବ ।
ମୋଟର ଲଞ୍ଚରେ ବିଚ୍ଛିନ୍ନାଞ୍ଚଳରେ ଟୀକାକରଣ - ମୋଟର ଲଞ୍ଚରେ ବିଚ୍ଛିନ୍ନାଞ୍ଚଳରେ ଟୀକାକରଣ
ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳକୁ ଶନିବାର ମିଶନ ଇନ୍ଦ୍ରଧନୁଷ ଟିମ ଗସ୍ତ । ବିଚ୍ଛିନ୍ନାଞ୍ଚଳର ଜଳ ଘେରରେ ରହିଥିବା ପାଞ୍ଚଟି ପଞ୍ଚାୟତର ସମସ୍ତ ଶିଶୁ ଓ ପ୍ରସୂତୀ ମହିଳାଙ୍କୁ ମିଶନ ଇନ୍ଦ୍ରଧନୁ ମାଧ୍ୟମରେ ଟୀକାକରଣ କରାଯିବ ।
ଏହି ଟୀକାକରଣ 0-୨ବର୍ଷ ଓ ପ୍ରସୂତୀ ମହିଳାଙ୍କୁ ଟୀକା ଦେବା ସହ ନୂତନ ଶିଶୁ ଓ ମହିଳାଙ୍କ ପଞ୍ଜିକରଣ କରିବା ଉପରେ ମିଶନ ଇନ୍ଦ୍ରଧନୁଷ ଟିମ ଗୁରୁତ୍ଵ ଦେବେ । ଡାକ୍ତର ସନ୍ତୋଷ କୁମାର ଷଡଙ୍ଗୀଙ୍କ ନେତୃତରେ ଏହି ମିଶନ ଇନ୍ଦ୍ରଧନୁଷ ଏକ ସପ୍ତାହ ଧରି ସ୍ୱାଭିମାନ ଅଞ୍ଚଳ ସହ ବିଚ୍ଛିନ୍ନାଞ୍ଚଳର ଦୁର୍ଗମ ଅଞ୍ଚଳର ସମସ୍ତ ଗ୍ରାମକୁ ବୁଲି ଟୀକାକରଣ କରିବେ । ସ୍ୱାଭିମାନ ଅଞ୍ଚଳରେ ଯାତାୟତ ସୁବିଧା ଥିବା ବେଳେ ବିଚ୍ଛିନ୍ନାଞ୍ଚଳରେ ଯାତାୟାତ ସୁବିଧା ନଥିବାରୁ ସ୍ଵତନ୍ତ୍ର ତିନୋଟି ଆମ୍ବୁଲାନ୍ସ ମୋଟର ଲଞ୍ଚ୍ ଯୋଗେ ଶନିବାର ସ୍ବାସ୍ଥ୍ୟ କର୍ମୀ ମାନେ ଗସ୍ତ କରିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ