ମାଲକାନଗିରି: ଜିଲ୍ଲାରେ ପୁଣି ଥରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । ରାଜ୍ୟର ୬ଟି ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ପ୍ରତି ମାସରେ ୭ ଦିନ ଧରି ଏହି ଟୀକାକରଣ କରିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ଜିଲ୍ଲାର ୮୯୩ ଟି ସ୍ଥାନରେ ଏହି ଟୀକାକରଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ୪୨୩ ଜଣ ଗର୍ଭବତୀ ମହିଳା ଓ ୨ ହଜାର ୨୫୮ ଜଣ ଶିଶୁଙ୍କୁ ଏହି ଟୀକାକରଣରେ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ଥିର କରିଛି । ବିଶେଷ କରି ଜିଲ୍ଲାର ଦୁର୍ଗମ ଅଞ୍ଚଳ ସହ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଉପରେ ସ୍ବାସ୍ଥ୍ୟ ବିଭାଗ ଅଧିକ ଫୋକସ ରଖିଛି ।