ମାଲକାନଗିରି: ଗତ ଦୁଇଦିନ ହେବ ପୋଟେରୁ ନଦୀରେ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ନାମକଣ୍ଡା ଗ୍ରାମ ନିକଟରୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଗ୍ରାମବାସୀ ମୃତଦେହ ନଦୀରେ ଭାସୁଥିବାର ଦେଖି ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ।
ସୂଚନା ଅନୁଯାୟୀ ଦୁଇଦିନ ତଳେ କାଲିମେଳାର ରାକେଶ ମଣ୍ଡଳ ନାମକ ଜଣେ ଯୁବକ ନିଜ ସାଙ୍ଗମାନଙ୍କ ସହିତ ଭେଙ୍କଟପାଲମ ଗ୍ରାମ ନିକଟରେ ଥିବା ପୋଟେରୁ ନଦୀକୂଳକୁ ବଣ ଭୋଜି କରିବାକୁ ଯାଇଥିଲେ । ଭୋଜିସାରି ସାଙ୍ଗମାନେ ଘରକୁ ଫେରି ଆସିଥିଲେ ମଧ୍ୟ ରାକେଶ ଘରକୁ ଫେରି ନ ଥିଲେ । ପରିବାର ଲୋକେ ରାକେଶଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ତେବେ ଆଜି(ଶୁକ୍ରବାର) ସକାଳେ ଏକ ମୃତଦେହ ଭେଙ୍କଟପାଲମ ଠାରୁ ଭାସି ଆସି ନାମକଣ୍ଡା ଗ୍ରାମ ନିକଟରେ ଲାଗିଥିବା ଗ୍ରାମବାସୀ ଦେଖିଥିଲେ ।