ଓଡିଶା

odisha

ETV Bharat / state

ମାଲକାନଗିରିରେ କବାଡି ପ୍ରତିଯୋଗିତା ଉଦ୍‌ଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା - ମନ୍ତ୍ରୀ ଜଗନ୍ନାଥ ସାରକା

ମାଲକାନଗିରି ଜିଲ୍ଲା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖେଳ ପଡିଆରେ କବାଡି ପ୍ରତିଯୋଗିତାର ଉଦଘାଟନ କରିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରଜା । ଅଧିକ ପଢନ୍ତୁ

କବାଡି ପ୍ରତିଯୋଗିତାର ଉଦଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା
କବାଡି ପ୍ରତିଯୋଗିତାର ଉଦଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା

By

Published : Oct 21, 2022, 12:11 PM IST

ମାଲକାନଗିରି:ଜିଲ୍ଲା ସଦର ମହକୁମା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଖେଳ ପଡିଆରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଆନୁଷ୍ଠାନିକ ଭାବେ ଏହି ପ୍ରତିଯୋଗିତାର ଉଦଘାଟନ କରିଛନ୍ତି । ଜିଲ୍ଲା ସମେତ ମୋଟ ୧୫ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲ । ମନ୍ତ୍ରୀ ଜଗନ୍ନାଥ ସାରକା ରାଜ୍ୟ ସରକାର କ୍ରୀଡାର ବିକାଶ ପାଇଁ ବିଭିନ୍ନ ଯୋଜନା ସମ୍ବନ୍ଧରେ ବକ୍ତବ୍ୟ ଦେବା ସହ ଅନୁସୂଚିତ ଜାତି ଓ ଜନଜାତି ତରଫରୁ ଛାତ୍ରୀମାନେ ଶିକ୍ଷା ସହ କ୍ରୀଡାରେ କିପରି ପାରଦର୍ଶିତା ଲାଭ କରିବେ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ପ୍ରୟାସ କରିଥିବା କହିଥିଲେ ।

କବାଡି ପ୍ରତିଯୋଗିତାର ଉଦଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା

ଏହି କ୍ରୀଡା ପରିଚାଳନା କରିବା ପାଇଁ ବିଭିନ୍ନ ଜିଲ୍ଲାରୁ ଆସିଥିବା କ୍ରୀଡା ଶିକ୍ଷକଙ୍କ ସହ ମାଲକାନଗିରି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର କ୍ରୀଡା ଶିକ୍ଷକମାନେ କ୍ରୀଡା ପରିଚାଳନା କରିଥିଲେ । ଏହା ଦୁଇଦିନ ଧରି ଚାଲିବ । ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଜିଲ୍ଲାରୁ ଆସିଥିବା କ୍ରୀଡାବିତମାନଙ୍କ ପାଇଁ ରହିବା, ସେମାନଙ୍କର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି ।

ଏହି ବି ପଢନ୍ତୁ...ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇର୍ମା ମାଡକାମି, ସମନ୍ବିତ ଆଦିବାସୀ ବିକାଶ ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରାମ ପ୍ରାରମ୍ଭରେ କ୍ରୀଡା ପତାକା ଉତ୍ତୋଳନ କରି ରାଜ୍ୟର ସୁନ୍ଦରଗଡର ଭବାନିପୁର, ନୁଆପଡା, ସୁନ୍ଦରଗଡର କୁଆଁରମୁଣ୍ଡା, ବାଙ୍ଗିରିପୋଷି, କନ୍ଧମାଳର ମହାସିଂଙ୍ଗ, ମୟୁରଭଞ୍ଜର ଢାଙ୍ଗେରା, ରାୟଗଡାର ବିକ୍ରମପୁର, ନବରଙ୍ଗପୁରର ହିରାଲି, ସୁନ୍ଦରଗଡର ଲହୁଣିପଡା, କୋରାପୁଟର ପୁଙ୍ଗାର, ଗଜପତିର ଚନ୍ଦ୍ରଗିରିରୁ ଖେଳାଳିମାନେ ଅଂଶ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details