ମାଲକାନଗିରି: ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା । ଭାରତର ନାଗରିକତା ପାଇବା ଆଶାରେ ଶରଣାର୍ଥୀ । ଗୋଟିଏ ପଟେ ସଂସଦରେ ନାଗରିକତା ସଂଶୋଧନ ବିଧେୟକ ପାରିତ ହୋଇଥିବାବେଳେ ଏହାକୁ ନେଇ ବେଶ ଖୁସି ଅଛନ୍ତି ମାଲକାନଗିରିରେ ଥିବା ବଙ୍ଗୀୟ ଶରଣାର୍ଥୀ । କେନ୍ଦ୍ର ସରକାର ଶରଣାର୍ଥୀଙ୍କୁ ସ୍ଥାୟୀ ନାଗରିକତା ପ୍ରଦାନ କରିବାକୁ ଆଇନ ଆଣୁଥିବାବେଳେ ଏମାନଙ୍କ ଖୁସି କହିଲେ ନସରେ । ନାଗରିକତା ମିଳିବାକୁ ଥିବାରୁ ବାଜା ବଜାଇ ଏହି ବିଲ୍କୁ ଏମାନେ ସ୍ବାଗତ କରିଛନ୍ତି ।
ସିଏବିକୁ ମାଲକାନଗିରିରେ ସ୍ବାଗତ, ବାଜା ବଜାଇ ନାଚିଲେ ଶରଣାର୍ଥୀ - migrants welcome the cab in malkangiri
ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା । ଭାରତର ନାଗରିକତା ପାଇବା ଆଶାରେ ଶରଣାର୍ଥୀ । ଗୋଟିଏ ପଟେ ସଂସଦରେ ନାଗରିକତା ସଂଶୋଧନ ବିଧେୟକ ପାରିତ ହୋଇଥିବାବେଳେ ଏହାକୁ ନେଇ ବେଶ ଖୁସି ଅଛନ୍ତି ମାଲକାନଗିରିରେ ଥିବା ବଙ୍ଗୀୟ ଶରଣାର୍ଥୀ ।
1971 ମସିହାରେ ବାଂଲାଦେଶରୁ ଆସିଥିବା ଶରଣାର୍ଥୀଙ୍କୁ ସରକାର ଦଣ୍ଡକାରଣ୍ୟ ପ୍ରୋଜେକ୍ଟରେ 215ଟି M.V ଓ M.P.V ଗ୍ରାମରେ ଥଇଥାନ କରିଥିଲା । ହେଲେ ତାଙ୍କ ପରେ ପରେ ଆସିଥିବା କିଛି ଶରଣାର୍ଥୀଙ୍କୁ ସରକାର କୌଣସି ଥଇଥାନ କରିନଥିବାବେଳେ ସେମାନେ ଅନେକ ଦିନରୁ ସେମିତି ରହିଛନ୍ତି । ତେଣୁ ଏହି ବିଲ୍ ତାଙ୍କୁ ସହାୟତା ଦେବ ବୋଲି ଭାବିବା ସହ ସରକାର ତାଙ୍କ ଥଇଥାନ କରିବାକୁ ସେମାନେ ଦାବି କରିଛନ୍ତି ।
ତେବେ ଏହି ବିଲକୁ ନେଇ ଉତ୍ତର-ପୂର୍ବ ଭାରତରେ ଜୋରଦାର ବିରୋଧ ହେଉଥିବାବେଳେ ମାଲକାନଗିରିରେ ଏହାକୁ ସ୍ବାଗତ କରାଯିବା ଏକ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ