ଓଡିଶା

odisha

ETV Bharat / state

ମାଓଦୁର୍ଗ ତୁଳସୀ ଘାଟିରେ ସ୍ବାସ୍ଥ୍ଯ କ୍ୟାମ୍ପ ସଫଳ - ମାଲକାନଗିରିରେ ମାଓ କ୍ୟାମ୍ପ

ମାଓପ୍ରବଣ ଅଞ୍ଚଳ ତୁଳସୀ ଘାଟିରେ ସ୍ବାସ୍ଥ୍ୟ କ୍ୟାମ୍ପ ସଫଳ ଭାବରେ କାର୍ଯ୍ୟ ଶେଷ କରି ଫେରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

Medical team camp succeed at Tulasi valley in Malkangiri
ମାଓଦୁର୍ଗ ତୁଳସୀ ଘାଟିରେ ସ୍ବାସ୍ଥ୍ଯ କ୍ୟାମ୍ପ ସଫଳ

By

Published : Jan 21, 2021, 3:04 PM IST

ମାଲକାନଗିରି: ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମାଓଦୁର୍ଗ ତୁଳସୀ ଘାଟିରେ ସ୍ବାସ୍ଥ୍ୟ କ୍ୟାମ୍ପ ବସାଇ ସଫଳ ଭାବରେ ଫେରିଛନ୍ତି ମାଥିଲି ସବଡିଭିଜନ ସ୍ବାସ୍ଥ୍ୟ ଟିମ୍ । ଏହି ଅଞ୍ଚଳ ଲାଲ କରିଡରଙ୍କ ଆଡ୍ଡାସ୍ଥଳୀ ହୋଇଥିବାରୁ ପ୍ରଶାସନ ଯାଇପାରୁନଥିବା ବେଳେ ସ୍ବାସ୍ଥ୍ୟକର୍ମୀ କ୍ୟାମ୍ପ କରି ଫେରିଥିବା କହିଛନ୍ତି । ସେପଟେ ସ୍ବାସ୍ଥ୍ୟସେବା ଭଳି ଅନ୍ୟାନ୍ୟ ସେବା ଯୋଗାଇବା ପାଇଁ ଘାଟି ବାସିନ୍ଦା ଦାବି କରିଛନ୍ତି ।

ମାଥିଲିର ଭାରପ୍ରାପ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ଃ. ଅମୀୟ ସ୍ବାଇଁଙ୍କ ନେତୃତ୍ବରେ ଗଠନ ହୋଇଥିବା ୧୫ ଜଣିଆ ସ୍ବାସ୍ଥ୍ୟ ଟିମ୍ ତୁଳସୀ ପାହାଡରେ ପାଦ ଥାପିଥିଲେ । ଗାଁର ଲୋକଙ୍କୁ ସ୍ବାସ୍ଥ୍ୟ ଯୋଗାଇ ସଫଳତାର ସହିତ ଏହି ଟିମ୍ ସେଠାରୁ ଫେରିଛନ୍ତି । ତୁଳସୀ ପାହାଡ଼ରେ ଥିବା ଗ୍ରାମଗୁଡିକ ଏକ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ହୋଇଥିବାରୁ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ତରଫରୁ ଏହି କ୍ୟାମ୍ପ ଆୟୋଜନ ହୋଇଥିଲା । ତେବେ ଲାଲଗଡ଼ର ଏହି ସ୍ବାସ୍ଥ୍ୟ କ୍ୟାମ୍ପକୁ ନେଇ ଡାକ୍ତରମାନଙ୍କୁ ତୁଳସୀ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ମାଓଦୁର୍ଗ ତୁଳସୀ ଘାଟିରେ ସ୍ବାସ୍ଥ୍ଯ କ୍ୟାମ୍ପ ସଫଳ

ଖାଲଖମାର ଓ ପାହାଡି ରାସ୍ତାରେ ପାଖାପାଖି ୧୫ରୁ ୧୬ କିଲୋମିଟର ପାହାଡ ଚଢି ଏହି ମେଡିକାଲ ଟିମ୍ ସ୍ବାସ୍ଥ୍ୟସେବା ଯୋଗାଇଛନ୍ତି । ତୁଳସୀ ଘାଟି ଏକ ଅପହଞ୍ଚ ଇଲାକା ହୋଇଥିବାରୁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଇ କ୍ୟାମ୍ପ ବସାଇବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି କହିଛନ୍ତି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଅମୀୟ । ଏପଟେ ଡାକ୍ତରଙ୍କୁ ପାଖରେ ପାଇ ଲୋକଙ୍କ ମଧ୍ୟ ମନୋବଳ ବଢିବା ସହ ମୁହଁରେ ହସ ଦେଖିବାକୁ ମିଳିଥିଲା । ସ୍ବାସ୍ଥ୍ୟ ବିଭାଗ ଭଳି ଅନ୍ୟାନ୍ୟ ଯୋଜନା ତୁଳସୀରେ ପହଞ୍ଚାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details